ଆଜିକାଲି ମହିଳାମାନେ ରୋଷେଇରେ ବେଶି ସୋରିଷ ତେଲର ପ୍ରୟୋଗ କରୁନାହାନ୍ତି। ଅଧିକାଂଶ ମହିଳା ରିଫାଇନ୍ଡ଼ ତେଲ ବ୍ୟବହାର କରୁଛନ୍ତି। ଏବେ ବଜାରରେ ବିଭିନ୍ନ ପ୍ରକାରର ବ୍ରାଣ୍ଡର ରିଫାଇନ୍ଡ଼ ଅଏଲ୍ ଉପଲବ୍ଧ ହେଉଛି। ତେବେ ସେଥିମଧ୍ୟରୁ କେଉଁଟି ଭଲ ବୋଲି ଆପଣ ଜାଣିବାକୁ ଚାହୁଁଥିବେ। ତା’ ଛଡ଼ା ଏହା କେତେ ସ୍ୱାସ୍ଥ୍ୟପ୍ରଦ ତାହା ବି ଜାଣିବାକୁ ଚାହୁଁଥିବେ। କିନ୍ତୁ ଆପଣ ଜାଣନ୍ତି କି ରିଫାଇନ୍ଡ଼ ଅଏଲ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ଏହାର କାରଣ ଜାଣନ୍ତୁ !
ପ୍ରଥମ କଥା ହେଲା , ରିଫାଇନ୍ଡ଼ ଅଏଲ୍ର ପ୍ରସ୍ତୁତି ପାଇଁ ବିପୁଳ ମାତ୍ରାରେ କ୍ଷତିକାରକ ରାସାୟନିକ ପଦାର୍ଥର ପ୍ରୟୋଗ କରାଯାଇଥାଏ। ଏହା ଫଳରେ ତେଲରେ କୌଣସି ଭଲ ତତ୍ତ୍ୱ ରହି ନ ଥାଏ। ଆଉ ଏକ ବଡ଼ କାରଣ ହେଲା ରିଫାଇନିଂ ପ୍ରକ୍ରିୟା ସମୟରେ ତେଲ ବିଷାକ୍ତ ହୋଇ ଯାଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଗବେଷଣାରୁ ଜଣାଯାଇଛି କି ଖାଦ୍ୟ ପ୍ରସ୍ତୁତି ବେଳେ ରିଫାଇନ୍ଡ଼ ତେଲ ଅପେକ୍ଷା ସୋରିଷ ତେଲ,ନଡ଼ିଆ ତେଲ ଓ ଘିଅ ଅଧିକ ଉପଯୋଗୀ
ଆମେ କୋଲେଷ୍ଟ୍ରଲରୁ ଶରୀରକୁ ରକ୍ଷା କରିବା ପାଇଁ ରିଫାଇନ୍ଡ଼ ତେଲର ବ୍ୟବହାର କରିଥାଉ। କିନ୍ତୁ ସେଥିରେ ତାହା ରହେ ନ ଥାଏ। ତା’ ଛଡ଼ା ଆମ ଶରୀରକୁ ଯେଉଁ ଫ୍ୟାଟି ଏସିଡ଼୍ ଦରକାର,ତାହା ବି ମିଳି ନ ଥାଏ ରିଫାଇନ୍ଡ଼ ଅଏଲ୍ରେ।