ଆଜି ବିଶ୍ୱ ପିତୃ ଦିବସ: ଜାଣନ୍ତୁ ପିତା ଓ ସନ୍ତାନଙ୍କ ମଧ୍ୟରେ ରହିଥାଏ କେଉଁ ୫ ପର୍ଯ୍ୟାୟ

ଜଣେ ପିତା ତାଙ୍କର ସନ୍ତାନ ପାଇଁ ଈଶ୍ୱର ଓ ସ୍ୱର୍ଗଠାରୁ ବଳି ହୋଇଥାନ୍ତି। ସେହିପରି ସନ୍ତାନଟିଏ ପିତାର ଆତ୍ମା ବୋଲି ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଉଲ୍ଳେଖ କରାଯାଇଛି। ପ୍ରତ୍ୟେକ ପିତା ଓ ତାଙ୍କର ସନ୍ତାନଙ୍କ ମଧ୍ୟରେ ଜୀବନରେ ୫ଟି ପର୍ଯ୍ୟାୟ ଆସେ। ଆମେ ଆଜି ସେହି ପର୍ଯ୍ୟାୟଗୁଡ଼ିକ ସଂପର୍କରେ ଆଲୋଚନା କରିବା।

ପ୍ରଥମ ପର୍ଯ୍ୟାୟଟି ହେଉଛି ସନ୍ତାନ ତା’ର ବାପାଙ୍କୁ ଦେବତା ଭାବିବା। ସେହି ପର୍ଯ୍ୟାୟରେ ପିତା ଓ ସନ୍ତାନଙ୍କ ମଧ୍ୟରେ ଅନାବିଳ ସ୍ନେହ ଦେଖିବାକୁ ମିଳେ। ସନ୍ତାନର ସମସ୍ତ ଭୁଲ୍‌ ସେହି ସମୟରେ ପିତାଙ୍କୁ ଛୋଟ ଦିଶେ।

ଦ୍ୱିତୀୟ ପର୍ଯ୍ୟାୟଟି ହେଉଛି କଳହର। ତାହା ମୁଖ୍ୟତ ପିଲାର କିଶୋର ଅବସ୍ଥାରେ ଦେଖିବାକୁ ମିଳେ। ସେହି ସମୟରେ ପିତା, ସନ୍ତାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଯାଏ।

ତୃତୀୟ ପର୍ଯ୍ୟାୟଟି ହେଉଛି ପ୍ରତିଦ୍ୱନ୍ଦିତାର। ସେହି ସମୟରେ ସନ୍ତାନ ଓ ପିତା ମଧ୍ୟରେ ସାମନ୍ୟ ପ୍ରତିଦ୍ୱନ୍ଦୀ ଭାବ ସୃଷ୍ଟି ହୁଏ।

ଚତୁର୍ଥ ପର୍ଯ୍ୟାୟଟି ହେଉଛି ଗ୍ରହଣୀୟତାର। ଏହି ପର୍ଯ୍ୟାୟରେ ଉଭୟ ପରସ୍ପରଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାରେ ଲାଗନ୍ତି।

ଚତୁର୍ଥ ପର୍ଯ୍ୟୟଟି ହେଉଛି ତ୍ୟାଗର। ଯେତେବେଳେ ବାପା ବୟସ୍କ ହୋଇଯାଆନ୍ତି। ଅରଜୋଗାର ହୋଇ ପଡ଼ନ୍ତି। ସେ ସମୟରେ ପୁତ୍ର ନିଜ ଅର୍ଜିତ ଧନ ବାପାଙ୍କ ନିମନ୍ତେ ତ୍ୟାଗ କରିବାକୁ ଚାହାନ୍ତିି ଓ ବାପା ନିଜ ଖର୍ଚ କାଟି ପୁଅକୁ ସାହାଯ୍ୟ କରିବା ପାଇଁ ତ୍ୟାଗ କରନ୍ତି।

ସମ୍ବନ୍ଧିତ ଖବର