ମଶା କାମୁଡି ଲାଲ କରିଦେଇଛି କି? ଆପଣାନ୍ତୁ ଏହି ବାଟ

ଗୋଟିଏ ମଶା ଅନେକ ରୋଗର କାରଣ ହୋଇଥାନ୍ତି | ତେଣୁ ଲୋକମାନେ ସବୁବେଳେ ମଶାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି | ଏହା ବ୍ୟତୀତ ଅନେକ ଥର ମଶା କାମୁଡ଼ିବା ଆମ ଶରୀରରେ ଲାଲ ରଙ୍ଗର ଦାଗ ସୃଷ୍ଟି ହୋଇଥାଏ ଏବଂ ପରେ କୁଣ୍ଡେଇହେବା ଆରମ୍ଭ ହୁଏ | ତେବେ ଯଦି ଆପଣଙ୍କୁ ମଶା କାମୁଡ଼ିଥାଏ ଓ ଲାଲ ଦାଗ ସୃଷ୍ଟି ହୋଇଥାଏ, ତେବେ ଏହି ସବୁ ଉପାୟ ଆପଣାଇଲେ ଆଉ କୁଣ୍ଡାଇ ହେବ ନାହିଁ | ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର କହିବୁ ଯାହା ଆପଣଙ୍କ ପାଇଁ କାମରେ ଆସିପାରେ |
ପ୍ରଥମ ଉପାୟ
ବେକିଂ ସୋଡା ଦ୍ୱାରା ଆପଣ ମଶା କାମୁଡ଼ା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ | ଏଥିପାଇଁ ଆପଣଙ୍କୁ ବେକିଂ ସୋଡାକୁ ପାଣିରେ ମିଶାଇ ମିଶ୍ରଣ ପ୍ରସ୍ତୁତ କରିବାକୁ ପଡିବ | ଏହା ପରେ, ଯେତେବେଳେ ବି ଆପଣଙ୍କ ଶରୀରରେ ମଶା କାମୁଡ଼ିବ, ସେହି ମିଶ୍ରଣକୁ କାମୁଡିଥିବା ସ୍ଥାନରେ ଲଗାନ୍ତୁ | ତୁରନ୍ତ ଯନ୍ତ୍ରଣା ଉପଶମ ହୋଇଯିବ |

ଦ୍ଵିତୀୟ ଉପାୟ
ସେହିପରି ଯଦି ଆପଣଙ୍କ ଘରେ ବେକିଙ୍ଗ ସୋଡ଼ା ନଥାଏ ତେବେ ଆପଣ ମଶା କାମୁଡିଥିବା ସ୍ଥାନରେ ଲେମ୍ବୁ ବ୍ୟବହାର କରିପାରିବେ | ମଶା କାମୁଡିବା ପରେ ଲେମ୍ବୁ ବ୍ୟବହାର କଲେ ଆଉ ଲାଲ ଦାଗ ସୃଷ୍ଟି ହୋଇନଥାଏ | ମଶା କାମୁଡିଥିବା ସ୍ଥାନରେ ଲେମ୍ବୁ ଚୋପା ଘଷିଦିଅନ୍ତୁ |

ତୃତୀୟ ଉପାୟ
ଲେମ୍ବୁ ଓ ବେକିଙ୍ଗ ସୋଡ଼ା ବ୍ୟତୀତ ଆପଣ ଆଲୋଭେରା ଜେଲ୍ ମଧ୍ୟ ବ୍ୟବହାର କରିପାରିବେ | ଆଲୋଭେରା ଯେଭଳି ଆପଣଙ୍କ ମୁହଁରେ ଥିବା ଦାଗକୁ ବାହାର କରିଦେଇଥାଏ, ଠିକ ସେଭଳି ଆଲୋଭେରା ଜେଲ୍ ଆପଣଙ୍କ ତ୍ୱଚାରେ ମଶା କାମୁଡ଼ିବା ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ |

ସମ୍ବନ୍ଧିତ ଖବର