ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ରକ୍ତର ଅଭାବ ଦେଖାଯାଇଥାଏ। ରକ୍ତର ଅଭାବ ଯୋଗୁଁ ଏନେମିୟା ଭଳି ସମସ୍ୟା ହୋଇଥାଏ। ଠିକ୍ ଭାବରେ ଖାଦ୍ୟ ଗ୍ରହଣ ନ କରିବା ଏହାର ଏକ ମୁଖ୍ୟ କାରଣ। ରକ୍ତ ଅଭାବ ପାଇଁ ରୋଗ ପ୍ରତିରୋଧକ କ୍ଷମତା ବି କମ୍ ହୋଇଥାଏ। ଆସନ୍ତୁ କିଭଳି ଆମେ ଏହି ସମସ୍ୟାକୁ ଦୂର କରିପାରିବା ସେ ବିଷୟରେ ଜାଣିବା।
ଲୁଣ ଓ ରସୁଣ: ଲୁଣ ଓ ରସୁଣ ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ପୁଣି ଯେଉଁମାନଙ୍କର ରକ୍ତରେ ପ୍ଲେଟଲେଟ୍ସର ଅଭାବ ହୋଇଥାଏ, ସେମାନେ ଲୁଣ ଏବଂ ରସୁଣ ଖାଇବା ଉଚିତ୍।
ପାଳଙ୍ଗ ଜୁସ୍: ଦିନରେ ତିନି ଥର ପାଳଙ୍ଗ ଜୁସ୍ ପିଅନ୍ତୁ। ପାଳଙ୍ଗ ରେ ଭିଟାମିନ୍ ଏ, ଭିଟାମିନ୍ ସି ବ୍ୟତୀତ ପ୍ରୋଟିନ୍, ସୋଡିୟମ୍, କ୍ୟାଲେସିୟମ୍ , କ୍ଲୋରିନ୍ ଫାଇବର୍ ପ୍ରଚୁର ପରିମାଣରେ ଥାଏ।
ମକା: ମକାକୁ ସିଝେଇ ଖାଆନ୍ତୁ।
ଡାଲ୍ଚିନି: ଡାଳଚିନିକୁ ସିଝେଇ ଚା’ ସହିତ ପିଅନ୍ତୁ। ଫଳରେ ରକ୍ତ ହେବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।
ଅଁଳା: ଏହାର ରସକୁ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇ ନ ଥାଏ।
ଟମାଟୋ : ଏହା ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇନଥାଏ।
ପାଣି ସିଙ୍ଗଡା: ଏଥିରେ ପ୍ରୋଟିନ୍, ଖଣିଜ ପଦାର୍ଥ, କାର୍ବୋହାଇଡ୍ରେଟ୍ ଆଦି ପ୍ରଚୁର ପରିମାଣରେ ଥାଏ।