ଔଷଧ କିମ୍ବା ଅସ୍ତ୍ରୋପଚାର ବିନା ଏହି ଘରୋଇ ଉପଚାର ଆପଣାଇ ଦୂର କରି ପାରିବେ କିଡନି ଷ୍ଟୋନ୍‌

ଆଜିକାଲି କିଡ୍‍ନିରେ ଷ୍ଟୋନ ହେବା ଏକ ସାଧାରଣ କଥା ହୋଇଗଲାଣି । ଠିକ୍‌ ସମୟରେ ଉଚତ୍‌ ଖାଦ୍ୟ ନ ଖାଉଥିବାରୁ ଅଧିକାଂଶ ଲୋକଙ୍କ କିଡ଼୍‍ନିରେ ଷ୍ଟୋନ ହେଉଥିବାର ଦେଖିବାକୁ ମିଳିଛି । ଓଜନ ବଢ଼ିବା, ଥାଇରଏଡ଼୍‍,ଡ଼ିହାଇଡ୍ରେସନ ଏବଂ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଷ୍ଟୋନର ସମସ୍ୟା ଦେଖା ଯାଇଥାଏ । କିଡ଼୍‍ନିରେ ଷ୍ଟୋନ ହେଲେ ପରିଶ୍ରା ସମୟରେ ରକ୍ତ ଆସିବା, ପିଠି ବିନ୍ଧା ହେବା,ଜ୍ୱର ହେବା,ବାରମ୍ବାର ବାନ୍ତି ହେବା ଭଳି ଲକ୍ଷଣ ଦେଖା ଯାଇଥାଏ । ଏଭଳି ଲକ୍ଷଣ ଦେଖା ଗଲେ ଡ଼ାକ୍ତରଙ୍କୁ ତୁରନ୍ତ ପରାମର୍ଶ କରି ଷ୍ଟୋନ ହୋଇଛି କି ନାହିଁ ସ୍ପଷ୍ଟ କରନ୍ତୁ । ଯଦି ଷ୍ଟୋନ ହୋଇଥିବାର ଡ଼ାକ୍ତର ସ୍ପଷ୍ଟ କରୁଛନ୍ତି ତେବେ ଏହି ଘରୋଇ ଉପାୟ ଆପଣାଇ କିଡ଼୍‍ନୀରେ ହୋଇଥିବା ଷ୍ଟୋନର ସମସ୍ୟାକୁ ଦୂର କରନ୍ତୁ ।
୧. କିଡ଼୍‍ନୀରେ ହୋଇଥିବା ଷ୍ଟୋନର ସମସ୍ୟାକୁ ଦୂରେଇବା ପାଇଁ ଅଁଳାକୁ ଚୂନା କରି ମୂଳା ସହ ଖାଆନ୍ତୁ । ଏପରି କଲେ କିଡ଼୍‍ନିରୁ ଷ୍ଟୋନ ଅତି ସହଜରେ ବାହାରି ଯାଇଥାଏ ।

Styles At Life

୨.ଡ଼ାଳିମ୍ବର ରସ ପିଇ ମଧ୍ୟ କିଡ଼୍‍ନିରେ ହୋଇଥିବା ଷ୍ଟୋନର ସମସ୍ୟାକୁ ଆପଣ ଦୂରେଇ ଦେଇ ପାରିବେ । କିଡ଼୍‍ନୀରେ ହୋଇଥିବା ଷ୍ଟୋନର ସମସ୍ୟା ଦୂରେଇବା ପାଇଁ ପ୍ରତିଦିନ ଡ଼ାଳିମ୍ବ ବା ତା’ରସ ନିହାତି ଭାବରେ ପିଅନ୍ତୁ ।
୩.ତୁଳସୀ ପତ୍ରରେ ଅଧିକ ପରିମାଣରେ ଭିଟାମିନ୍‌ ବି ରହିଥାଏ, ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା କିଡ଼୍‍ନିରେ ହୋଇଥିବା ଷ୍ଟୋନର ସମସ୍ୟା ଦୂର ହୋଇଥାଏ ।

www.apnikheti.com

୪.ଧନିଆ ପତ୍ର ମଧ୍ୟ ଏହି ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ । ପ୍ରତିଦିନ ଧନିଆ ପତ୍ରକୁ ନିଜ ଖାଦ୍ୟରେ ସାମିଲ କଲେ ଆପଣ ଏହି ସମସ୍ୟାରୁ ନିଜକୁ ଦୂରରେ ରଖି ପାରିବେ ।

ସମ୍ବନ୍ଧିତ ଖବର