ଏହି ବୟସରେ ବିବାହ କରନ୍ତୁ, ବୈବାହିକ ଜୀବନ ସୁଖମୟ ହେବ

ଜୀବନରେ ବିବାହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହାକୁ ସବୁ ନାରୀ ଏବଂ ପୁରୁଷମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ବିବାହ ପରେ ପ୍ରାୟ ସମସ୍ତଙ୍କ ଜୀବନ ବଦଳି ଯାଇଥାଏ । ବଞ୍ଚିବାର ଶୈଳୀଠାରୁ ଆରମ୍ଭ କରି ଉଠିବା ବସିବା ପର୍ଯ୍ୟନ୍ତ ସବୁ ଥିରେ ପରିବର୍ତ୍ତନ ଆସିଥାଏ । ବିବାହ ପରେ କାହା ଜୀବନ ସୁଖରେ କଟିଥାଏ ତ କାହା ଜୀବନ ଦୁଃଖରେ। ତେବେ ବିବାହ କରିବା ପାଇଁ ଏକ ବୟସ ସୀମା ରହିଛି । ସେହି ବୟସରେ ଯଦି ଆପଣ ବିବାହ କରୁଛନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ତେବେ ସମାଜରେ କିଛି ଯୁବକଯୁବତୀ ଶୀଘ୍ର ବିବାହ କରୁଥିବା ବେଳେ କିଛି ବିଳମ୍ବରେ ବିବାହ କରିଥାନ୍ତି । କିନ୍ତୁ ୨୯ ବର୍ଷ ବିବାହ ପାଇଁ ସଠିକ୍‌ ବୟସ ବୋଲି ଏକ ସର୍ଭେରୁ ଜଣା ପଡ଼ିିଛି । କିଛି ଯୁବକଯୁବତୀ ୨୦-୩୦ ବର୍ଷ ମଧ୍ୟରେ ବିବାହ କରୁଥିବା ବେଳେ କିଛି ୩୦-୪୦ ବର୍ଷ ମଧ୍ୟରେ ବିବାହ କରିଥାନ୍ତି । ତେବେ ୨୦-୩୦ବର୍ଷ ମଧ୍ୟରେ ଏବଂ ୩୦-୪୦ ବର୍ଷ ମଧ୍ୟରେ ବିବାହ କଲେ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା ।

Lovevivah.com

୨୦-୩୦ବର୍ଷ ମଧ୍ୟରେ ବିବାହ : ମୁଖ୍ୟତଃ ୨୦-୩୦ବର୍ଷ ମଧ୍ୟରେ ବିବାହ କରିବାଟା ସବୁ ଦୃଷ୍ଟିକୋଣରୁ ଶୁଭ ବୋଲି ଧରା ଯାଇଥାଏ । ଏହି ବୟସ ଦୁହେଁ ଦୁହଁକୁ ଜାଣିବା ଏବଂ ବୁଝିବାର ଉଚିତ୍‌ ସମୟ ବୋଲି କୁହାଯାଏ । ଏହି ସମୟରେ ଯୁବକ-ଯୁବତୀମାନେ ନିଜ ଯୌବନକୁ ମନଭରି ଉପଭୋଗ କରିଥାନ୍ତି ଏବଂ ଦେଖିଥିବା ସ୍ୱପ୍ନକୁ ସାଥୀହୋଇ ପୂରଣ କରିବା ପାଇଁ ଦୁହେଁ ଦୁହିଁଙ୍କୁୁ ପ୍ରୋତ୍ସାହିତ କରିଥାନ୍ତି ।

weheartit.com

୩୦-୪୦ ବର୍ଷ ମଧ୍ୟରେ ବିବାହ : ୩୦-୪୦ ବର୍ଷ ମଧ୍ୟରେ ବିବାହ କରିବା ଭଲ ବୋଲି ଧରାଯାଏ । କାରଣ ଏହି ବୟସରେ ପ୍ରତ୍ୟେକ କଥାକୁ ବୁଝିବାର କ୍ଷମତା ଆସି ଯାଇଥାଏ । ପତିପତ୍ନୀ ପରସ୍ପରକୁୁ ଭଲ ଭାବରେ ବୁଝି ପାରିଥାନ୍ତି ଏବଂ ଝଗଡ଼ା ଖୁବ୍‌ କମ ହୋଇଥାଏ । ଏହି ବୟସରେ ବିବାହ କଲେ ଛାଡ଼ପତ୍ର ସଂଖ୍ୟା କମ ହୋଇଥାଏ ବୋଲି ଏକ ସର୍ଭେରୁ ଜଣା ପଡ଼ିଛି ।

Unattractive Qualities
ସମ୍ବନ୍ଧିତ ଖବର