ଜାଣନ୍ତୁ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା କି ଉପକାର ମିଳିଥାଏ

ପଞ୍ଚମୁଖୀ ରୁଦ୍ରାକ୍ଷ ହେଉଛି କାଳାଗ୍ନି ରୁଦ୍ରଙ୍କ ସାକ୍ଷାତ ସ୍ୱରୂପ । ଏହି ରୁଦ୍ରାକ୍ଷର ଗୁଣମାନ କରାଯାଇଛି ବିଭିନ୍ନ ହିନ୍ଦ ୁଶାସ୍ତ୍ରମାନଙ୍କରେ । ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଅନେକ ପ୍ରକାରର ବ୍ୟାଧିରୁ ମୁକ୍ତି ମିଳିଥାଏ ।
ପଞ୍ଚମୁଖୀ ରୁଦ୍ରାକ୍ଷର ମହିମା ଏପରି….
-ପଞ୍ଚମୁଖୀ ରୁଦ୍ରାକ୍ଷ ଶରୀରରେ ଧାରଣ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସଂଘର୍ଷ ଓ ଧୈର୍ଯ୍ୟର କ୍ଷମତା ବୃଦ୍ଧି ପାଇଥାଏ । ଯେତେ ସଂଘର୍ଷ କରିବାକୁ ପଡ଼ିଲେ ମଧ୍ୟ ବ୍ୟକ୍ତି ହାର ମାନେ ନାହିଁ । ବ୍ୟକ୍ତି ପ୍ରବଳ ଧୈର୍ଯ୍ୟବାନ୍‌ ହୁଏ ।
-ନାନାଦି ସମସ୍ୟା ମଧ୍ୟରେ ଛନ୍ଦି ହୋଇଥିବା ବ୍ୟକ୍ତି ଯଦି ପଞ୍ଚମୁଖୀ ରୁଦ୍ରାକ୍ଷ ଶରୀରରେ ଧାରଣ କରେ, ତେବେ ସେ ସେଥିରୁ ମୁକ୍ତ ହୋଇଯିବ ।
– ଯେଉଁ ବ୍ୟକ୍ତି ନିଜ ମନକଥା କହିବାକୁ ସଙ୍କୋଚ କରେ କିମ୍ବା ଲାଜକୁଳା ସ୍ୱଭାବର ହୋଇଥାଏ, ସେ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରିଲେ, ପ୍ରଗଳ୍‌ଭ ହୁଏ । ସେ ନିଜର ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆଣିପାରେ ।

dainikbhaskar.com

– ଯେଉଁ ବ୍ୟକ୍ତିମାନେ ତରବରିଆ ଭାବେ କୌଣସି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଥାଆନ୍ତି, କିମ୍ବା ପରେ ପଶ୍ଚାତ୍ତାପ କରୁଥାଆନ୍ତି, ସେମାନଙ୍କ ପାଇଁ ମଧ୍ୟ ପଞ୍ଚମୁଖୀ ରୁଦ୍ରାକ୍ଷ ଚମତ୍କାର କରିଥାଏ । ସେମାନେ ଉପଯୁକ୍ତ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଥାଆନ୍ତି ।
– ରାଜନୀତିରେ କ୍ୟାରିଅର୍‌ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଚମୁଖୀ ରୁଦ୍ରାକ୍ଷ ଏକ ଚମତ୍କାରୀ ଜିନିଷ । ସେମାନେ ଏହାକୁ ଶରୀରରେ ଧାରଣ କଲେ, ନେତୃତ୍ୱ କ୍ଷମତା ବୃଦ୍ଧି ପାଇଥାଏ ।
-ବୃହସ୍ପତି ଗ୍ରହ ଜନିତ ଦୋଷ ଓ ସମସ୍ୟାର ନିବାରଣ ନିମିତ୍ତ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରିବା ଖୁବ୍‌ ଲାଭଜନକ ।
ଉଚ୍ଚ୍‌ ରକ୍ତଚାପ ରୋଗୀମାନେ ପଞ୍ଚମୁଖୀ ରୁଦ୍ରାକ୍ଷ କୁ କଣ୍ଠରେ ଧାରଣ କଲେ ଉଚ୍ଚ ରକ୍ତ ଚାପ ନିୟନ୍ତ୍ରିତ ହୋଇଥାଏ ।
ଧାରଣ ବିଧି: କୌଣସି ମାସର ଶୁକ୍ଳପକ୍ଷର ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଅଥବା ପୂର୍ଣ୍ଣିମା ଏହି ତିନି ଦିନରେ ପଞ୍ଚମୁଖୀ ରୁଦ୍ରାକ୍ଷକୁ ଶିବଲିଙ୍ଗ ସହିତ ରଖି ଗଙ୍ଗା ଜଳ ଓ ‘ ଓଁ ନମଃ ଶିବାୟ’ ମନ୍ତ୍ର ଉଚ୍ଚାରଣ କରି ଜଳ ସିଞ୍ଚନ କରି ଚନ୍ଦନର ତିଳକ ଲଗାଇ ଶରୀରରେ ଧାରଣ କରନ୍ତୁ ।

ସମ୍ବନ୍ଧିତ ଖବର