ଚିକ୍କଣ କେଶ ଓ ସୁନ୍ଦର ଚେହେରା ପାଇଁ ରୁଷୀୟ ମହିଳା ଆପଣାନ୍ତି ଏହି ସବୁ ତରିକା

ନିଜର ସୌନ୍ଦର୍ଯ୍ୟକୁ ନେଇ ରୁଷୀୟ ମହିଳାମାନେ ବେଶ୍‌ ଜଣାଶୁଣା। ସେମାନଙ୍କ ପ୍ରାକୃତିକ ସୁନ୍ଦରତା ସଭିଙ୍କୁ ଆକର୍ଷିତ କରିଥାଏ। ତେବେ ଆପଣ ଜାଣନ୍ତି କି ପ୍ରକୃତିକ ସୌନ୍ଦର୍ଯ୍ୟ ପାଇବା ପାଇଁ ଏମାନେ କୌଣସି କୃତ୍ରିକ ଉପାୟର ସହାୟତା ନିଅନ୍ତି ନାହିଁ, ବରଂ ପ୍ରାକୃତିକ ଉପାୟରେ ହିଁ ସୌନ୍ଦର୍ଯ୍ୟକୁ ଅତୁଟ ରଖନ୍ତି।

ଏକ ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟ ବିଷୟରେ ଆମେ ଆପଣଙ୍କୁ କହିବୁ। ‌ସେଥିରେ ଲେଖାଯାଇଛି କିପରି ରୁଷୀୟ ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ଅତୁଟ ରଖନ୍ତି। ଏହାକୁ ପଢ଼ିବା ପରେ ଆପଣ ସେ ବିଷୟରେ ନିଶ୍ଚିତ ହୋଇଯିବେ।

ଆପଣ ଜାଣିଥିବେ ନିଶ୍ଚୟ ଯେ ରୁଷୀୟ ମହିଳାଙ୍କ କେଶ୍‌ ଖୁବ୍‌ ଚିକ୍କଣ। ଅନେକ ଯୁବତୀ କେଶକୁ ସିଧା କରିବା ପରେ କେଶ ଯେପରି ରହିଥାଏ, ସେମାନଙ୍କ କେଶ ପ୍ରାକୃତିକ ଭାବେ ସେପରି। ତାହାର କାରଣ ହେଉଛି, ସେମାନେ ନିଜ କେଶକୁ ରସାୟନ ଓ ଅନ୍ୟାନ୍ୟ କୃତ୍ରିମ ଉପାୟଠୁ ଦୂରରେ ରଖିଥାନ୍ତି। କେଶକୁ ଧୋଇବା ପରେ ରୁଷୀୟ ମହିଳାମାନେ ହେୟାର୍‌ ଡ୍ରାୟର୍‌ରେ ନୁହେଁ, ବରଂ ଖରାରେ ଶୁଖେଇ ଥାଆନ୍ତି।

ସେମାନଙ୍କ ଡାଏଟ୍‌ ଚାଟ୍‌ ବି ପତ୍ରିକା‌ରେ ପ୍ରକାଶ ପାଇଛି। ଜାଣିବାକୁ ମିଳିଛି ରୁଷୀୟ ଯୁବତୀମାନେ ସକାଳ ୫ଟାରେ ପ୍ରାତଃଭୋଜନ ଗ୍ରହଣ କରି ରାତି ୭ଟା ପରେ ଆଉ କିଛି ଖାଆନ୍ତି ନାହିଁ। ଅର୍ଥାତ ରାତି ୭ଟାରେ ହିଁ ରାତ୍ର ଭୋଜନ କରିଥାନ୍ତି। ଯାହାଫଳରେ ସେମାନଙ୍କ ‌ଚେହେରା ଉଜ୍ଜ୍ବଳ ଦିଶିବା ସହ ଶରୀରର ଫିଟ୍‌ନେସ୍‌ ବେଶ୍‌ ଭଲ ରହିଥାଏ।

ସେମାନେ ସବୁଜ ଚା’ ପିଇବାକୁ ପସନ୍ଦ କରନ୍ତି। ନହେଲେ କଳା ଚା’ ପିଇଥାନ୍ତି, ଯାହାକି ଶରୀର ପାଇଁ ଖୁବ୍ ଭଲ।

ସମ୍ବନ୍ଧିତ ଖବର