ଏମିତି ଖେଳନ୍ତୁ ସୁରକ୍ଷିତ ହୋଲି, ଆପଣାନ୍ତୁ ତ୍ୱଚାରୁ ରଙ୍ଗ ଛଡ଼ାଇବାର ସରଳ ଉପାୟ

ହୋଲି ରଂଗ ତ୍ୱଚା ପାଇଁ ଯେତେ ବି ଅପକାରୀ ହେଉ ପଛେ ରଂଗ ଖେଳିବା ସହିତ ଭାରତୀୟମାନେ କେବେ ସାଲିସ୍‌ କରନ୍ତି ନାହିଁ। ବର୍ଷକୁ ମାତ୍ର ଥରେ ଆସି ଏହି ଦିନ ସମସ୍ତଙ୍କ ଜୀବନକୁ ରଂଗୀନ କରିଥାଏ। ବନ୍ଧୁ-ଶତ୍ରୁ ଭୁଲି ଏହି ଦିନେ ଲୋକେ ପରସ୍ପରଙ୍କୁ ରଂଗ ଲଗାଇ ରଂଗୀନ କରିଥାନ୍ତି। ତେବେ, ଆବଶ୍ୟକୀୟ ସତର୍କତା ଅବଲମ୍ବନ ନକଲେ ହୋଲି ଖେଳ କାଳ ପାଲଟିଯାଏ। ବେଳେ ବେଳେ ଏହା ଆଖିକୁ ପ୍ରଭାବିତ କରେ ତ କେବେ ପୁଣି ବ୍ରଣର କାରଣ ପାଲଟେ। ତେବେ, ଆସନ୍ତୁ ଜାଣିବା କେମିତି ରଂଗ ଖେଳିଲେ ଆମେ ମଜା ଉଠାଇବା ସହ ବିପଦଶୂନ୍ୟ ବି ରହିବା।

ରାସାୟନିକ ରଙ୍ଗ ଖେଳନ୍ତୁନାହିଁ। ଗୁଳ୍ମ ପ୍ରସ୍ତୁତ ଅବିରରେ ଖେଳନ୍ତୁ। ଏହା କ୍ଷତିକାରକ ନୁହେଁ।

ରଙ୍ଗ ଖେଳିବାକୁ ଯିବା ପୂର୍ବରୁ ସାରା ଦେହରେ ସୋରିଷ ତେଲ ମାଲିସକରନ୍ତୁ। ଭଲ କ୍ରିମ୍‌ ବି ଲଗାଇପାରନ୍ତି। ମୁହଁ ଓ ଦେହରେ ସନ୍‌ ସ୍କ୍ରିନ୍‌ ଲୋସନ୍‌ ଲଗାନ୍ତୁ। ତେଲ, ସନ୍‌ ସ୍କ୍ରିନ୍‌ ଲୋସନ୍‌ ଆଦି ରଙ୍ଗ ଭେଦିବାକୁ ଦିଏନାହିଁ। ରଙ୍ଗର ରାସାୟନିକ ପ୍ରଭାବରୁ ସୁରକ୍ଷା ଦିଏ। ରଙ୍ଗ ସହଜରେ ଛାଡ଼ିଯାଏ।

ସନ୍‌ ଗ୍ଲାସ୍‌ ପିନ୍ଧନ୍ତୁ। ଆଖିରେ ରଙ୍ଗ ଲାଗିଲେ, ନ କୁଣ୍ଡାଇ ଥଣ୍ଡା ପାଣିରେ ଧୁଅନ୍ତୁ। ସାବୁନ ଲଗାଇବା ଅନୁଚିତ।

ତ୍ଵଚାକୁ ରଗଡ଼ନ୍ତୁନାହିଁ। ଏହା ଦ୍ଵାରା ଚର୍ମର କ୍ଷତି ହୁଏ। ଗାଧୋଇବା ପୂର୍ବରୁ ମୁହଁରେ ମୁଲତାନୀ ମାଟି ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇଲେ, ରଙ୍ଗ ସହଜରେ ଛାଡ଼ିଯାଏ।

କଡ଼ା ରାସାୟନିକ ରଙ୍ଗ ଛଡ଼ାଇବା ପାଇଁ କିରୋସିନ୍‌ ବ୍ୟବହାର କରନ୍ତୁ।

କିଛି ସମୟ ହଳଦି ଲଗାଇରଖିଲେ ମଧ୍ୟ ରଙ୍ଗ ଛାଡ଼ିିଯାଏ।

ସମ୍ବନ୍ଧିତ ଖବର