ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

କିଛି ଲୋକ ରୁଚି ମୁତାବକ ଅଧିକ ମାତ୍ରାରେ ଲୁଣ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଭଲ ସ୍ୱାଦ ଦିଏ ସତ, କିନ୍ତୁ ଶରୀର ପାଇଁ ହାନିକାରକ ହୋଇଥାଏ । ଯେଉଁଭଳି ଭାବରେ ଖାଦ୍ୟରେ ଲୁଣର ପରିମାଣ କମ୍‌ କିମ୍ବା ଅଧିକ ହେବା ଦ୍ୱାରା ଏହାର ସ୍ୱାଦ ବଦଳି ଯାଇଥାଏ ସେଭଳି ଭାବରେ ଶରୀରରେ ଏହାର ମାତ୍ରା କମ୍‌ କିମ୍ବା ଅଧିକ ହେବା ଦ୍ୱାରା ଶରୀରର ସନ୍ତୁଳନ ବିଗିଡ଼ି ଯାଇଥାଏ । ଆସନ୍ତୁ ଜାଣିବା ଅଧିକ ଲୁଣ ଖାଇବା ଦ୍ୱାରା କେଉଁ ସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।

୧.ଦରକାର ଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ଧମନୀରେ ରକ୍ତ ପ୍ରବାହ ବଢ଼ି ଯାଇଥାଏ । ହୃତପିଣ୍ଡ ଉପରେ ଏହା ଚାପ ସୃଷ୍ଟି କରିବା ସହ ହୃଦ୍‌ ଜନିତ ସମସ୍ୟା ସୃଷ୍ଟି କରିଥାଏ ।
୨.ଅଧିକ ମାତ୍ରରେ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢ଼ିବା ସହ କିଡନିରେ କ୍ୟାଲ୍‌ସିୟମର ମାତ୍ରା ବଢ଼ିଥାଏ । ଏହାଦ୍ୱାରା କିଡନିରେ ଷ୍ଟୋନ ହେବାର ଆଶଙ୍କା ରହିଥାଏ ।

Image result for eating salt
ExpatWoman

୩. ଲୁଣରେ ସୋଡିୟମର ମାତ୍ରା ଅଧିକ ଥିବାରୁ ଏହା ଇନ୍‌ସୁଲିନ୍‌ ପ୍ରତିରୋଧ ଉପରେ ନକାରାତ୍ମକ ପ୍ରଭାବ ପକାଏ । ଫଳରେ ଟାଇପ୍‌-୨ ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ ।
୪. ଦରକାରଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ପାଣି ଜମି ଯାଇଥାଏ । ହାତ, ଗୋଡ଼ ଏବଂ ମୁହଁ ଫୁଲିବାକୁ ଲାଗିଥାଏ ।

ସମ୍ବନ୍ଧିତ ଖବର