ଲୁଣ ପକାଇବାପରେ ବି ତରକାରୀ ଅଲଣା ଲାଗିଥାଏ କାହିଁକି ?

ଖାଦ୍ୟରେ ଲୁଣ ଠିକ୍‌ ମାତ୍ରାରେ ପଡ଼ି ନଥିଲେ ତାହା ପାଟିକୁ ଭଲ ଲାଗେ ନାହିଁ। ଆମକୁ ଭଲଭାବେ ଜଣା ଯେ ଖାଦ୍ୟରେ ଯେତେ ପ୍ରକାରର ମସଲା ପଡ଼ିଥିଲେ ବି ଯଦି ସେଥିରେ ଲୁଣ ପଡ଼ି ନଥାଏ ,ତେବେ ସ୍ୱାଦିଷ୍ଟ ହୋଇନଥାଏ ।କେତେକ ଲୋକ ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖନ୍ତି । ଭୋଜନକୁ ସ୍ୱାଦିଷ୍ଟ କରିବାଲାଗି ସେ ଚାହୁଁଥିବା ସତ୍ତ୍ୱେ, କେତେକ କାରଣରୁ ତାହା ଅନେକ ସମୟରେ ସ୍ୱାଦିଷ୍ଟ ହୋଇପାରେ ନାହିଁ । ଯେଉଁମାନେ ଖାଦ୍ୟ ପ୍ରସ୍ତୁତିବେଳେ କେଉଁ ସମୟରେ ଲୁଣ ପକାଇବାକୁ ହେବ, ଜାଣିନଥାଆନ୍ତି, ସେମାନେ ଏଭଳି ଅସୁବିଧାରେ ପଡ଼ନ୍ତି ।
ଏଣୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଖାଦ୍ୟର ଗୁଣବତ୍ତା ରକ୍ଷା କରିବା ଲାଗି ରାନ୍ଧିବାବେଳେ କେଉଁ ସମୟରେ ଲୁଣ ପକାଇବା ଆବଶ୍ୟକ, ତାହା ଜାଣିବା ଉଚିତ । ଏକଥା ମନେ ରଖିବା ଉଚିତ ଯେ ନିର୍ଦ୍ଧାରିତ ସମୟରେ ଲୁଣ ନ ପକାଇଲେ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ବଦଳି ଯାଇଥାଏ ।
ପିଆଜକୁ ତେଲରେ ଭାଜିବା ଆରମ୍ଭରେ ନୁହେଁ ବରଂ ଶେଷ ସମୟରେ ସେଥିରେ ଲୁଣ ପକାନ୍ତୁ । ପାସ୍ତା ବା ମାଗି ଆଦି ରନ୍ଧନ ବେଳେ ପାଣି ଫୁଟିବା ସମୟରେ ହିଁ ସେଥିରେ ଲୁଣ ପକାଇବା ଉଚିତ । ଏପରି କରିବା ଦ୍ୱାରା ସେଥିରେ ଲୁଣର ମାତ୍ରା କମ୍‌ ହେବା ସହିତ ତାହା ସ୍ୱାଦିଷ୍ଟ ହୋଇଥାଏ । ବିନ୍‌ସ ପ୍ରସ୍ତୁତିରେ ଅଧିକ ସମୟ ଲାଗିଥାଏ । ଏଣୁ ସେଥିରେ ରନ୍ଧନ ପୂର୍ବରୁ ଲୁଣ ମିଶାଇ ଦେବା ଠିକ୍‌ । ଡାଲି ବଘାରିବା ପୂର୍ବରୁ ସେଥିରେ ଲୁଣ ମିଶାଇଲେ ତାହା ଅଧିକ ସ୍ୱାଦଯୁକ୍ତ ହୋଇଥାଏ ।

ଅପରପକ୍ଷରେ ଆଳୁ ସିଝାଇବା ସମୟରେ ହିଁ ସେଥିରେ ଲୁଣ ପକାଇବା ଭଲ। ଏହା ସହଜରେ ଏବଂ ଶୀଘ୍ର ସିଝିଯାଏ। ଯଦି ଏହି ସିଝା ଆଳୁ କୌଣସି ତରକାରୀରେ ପ୍ରୟୋଗ କରାଯାଉଥାଏ , ତେବେ ସିଝାଇବା ଆଗରୁ ଲୁଣ ପଡ଼ି ନ ଥାଏ ତେବେ ତରକାରୀରେ ପଡ଼ିବାପରେ ତା’ଭିତରେ ସହଜରେ ଲୁଣ ପଶିପାରେ ନାହିଁ। ଫଳତଃ ତରକାରୀରେ ଆଳୁ ଅଲଣା ଲାଗିଥାଏ।

ସମ୍ବନ୍ଧିତ ଖବର