ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଖର୍ଚ୍ଚ ଅଧିକ ହୋଇପାରେ। ଅଫିସରେ କୌଣସି ପ୍ରକଳ୍ପ କାର୍ଯ୍ୟ ପୂରା କରିବାରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ।

ବୃଷ: ଚାକିରିରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ। କାରବାରରେ ଭାଇର ସହଯୋଗ ପାଇବେ। ଶିକ୍ଷାର୍ଥୀ ‌ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।

ମିଥୁନ: ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ। କୌଣସି ବନ୍ଧୁ ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବେ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି।

କର୍କଟ: ବିରୋଧୀପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ମାନସିକ ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ସିଂହ: ସୁସମ୍ବାଦ ପାଇବେ। ଅଫିସରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ବଚସା ହୋଇପାରେ। ବିଶେଷ ପ୍ରସଙ୍ଗ ନେଇ ବହୁତ ଉତ୍ସାହିତ ରହିବେ।

କନ୍ୟା: ଦୀର୍ଘ ଦିନର ସ୍ବପ୍ନ ସାକାର ହେବ। ବ୍ୟବସାୟ ସମ୍ବନ୍ଧୀୟ ସମ୍ମିଳନୀକୁ ଯିବା ପୂର୍ବରୁ ନିଜକୁ ଭଲଭାବେ ପ୍ରସ୍ତୁତ କରନ୍ତୁ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ।

ତୁଳା: ଚାକିରି ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଯୋଜନା ପ୍ରସ୍ତୁତ କରିବେ ଏବଂ ଲାଗୁ ବି କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ଅନ୍ୟମାନଙ୍କ ସହିତ ଆପଣଙ୍କର ଭଲ ତାଳମେଳ ରହିବ। ଜୀବନସାଥୀଙ୍କ ପାଖରୁ ଭଲ ଖବର ଶୁଣିବେ। ଜମି ଦଲାଲଙ୍କୁ ଧନଲାଭ ହେବ। ରାଜନେତାଙ୍କ ଲାଗି ଦିନଟି ଭଲ।

ଧନୁ: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। ଘରୋଇ କାମ ପୂରା କରିବାରେ ପଡ଼ୋଶୀଙ୍କ ସହଯୋଗ ପାଇବେ। ପ୍ରେମୀ ଯୁଗଳ ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରିବେ।

ମକର: ଆପଣଙ୍କୁ ବଡ଼ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିବ।

କୁମ୍ଭ: ଆପଣଙ୍କୁ ପାରିବାରିକ ଦାୟିତ୍ବ ମିଳିବ। କଳାକାରଙ୍କ ଲାଗି ଦିନଟି ବିଶେଷରୂପେ ଭଲ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମୀନ: ସବୁ ପ୍ରକାର ପରିସ୍ଥିତିରେ ଲଢ଼ିବା ପାଇଁ ପ୍ରସ୍ତୁତ ରହିବେ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ଜୀବନସାଥୀ କିଛି ଭଲ ବ୍ୟଞ୍ଜନ ତିଆରି କରି ଖାଇବାକୁ ଦେବେ।

ସମ୍ବନ୍ଧିତ ଖବର