ରେଷ୍ଟୁରାଣ୍ଟ ଯିବା କ’ଣ ଦରକାର? ଏହି ଘରୋଇ ଉପାଦାନରେ ସୁସ୍ୱାଦୁ ସ୍ୟାଣ୍ଡ୍‌ଉଇଚ୍‌ ତିଆରି କରି ନିଅନ୍ତୁ ଖାଇବା ମଜା

ଦୈନନ୍ଦିନ ଖାଦ୍ୟଠାରୁ ଟିକିଏ ସ୍ୱତନ୍ତ୍ର ହେଲେ ଖାଦ୍ୟ ବନାଇବା ନେଇ ଚିନ୍ତା ଉପୁଜିଥାଏ। ଆମେ ତିଆରି କରୁଥିବା ଖାଦ୍ୟ ଅନ୍ୟମାନଙ୍କୁ ପସନ୍ଦ ଆସିବ କି ନାହିଁ ଦ୍ୱନ୍ଦ୍ୱ ରହିଥାଏ। ସମସ୍ତଙ୍କର ଧାରଣ କୌଣସି ଭିନ୍ନ କିମ୍ବା ଅନ୍ୟ ପ୍ରଦେଶର ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ବାହାରୁ ମଗାଇଦେବା ହିଁ ଶ୍ରେୟସ୍କର। ତାହା ଠିକ୍‌ ଯେ, ମାତ୍ର ସବୁବେଳେ ବାହରୁ ଖାଇବା ସମ୍ଭବ ହୋଇପାରିନଥାଏ। ତାହା ଆର୍ଥିକ ଦୃଷ୍ଟିରୁ ହେଉ କିମ୍ବା ସ୍ୱାସ୍ଥ୍ୟ। ଯେଉଁ ଖାଦ୍ୟ ଆମେ ଘରେ ତିଆରି କରିପାରିବା ତାହାକୁ ବାହାରୁ କାହିଁକି ମଗାଇବା? ତେବେ ଆସନ୍ତୁ ଜାଣିବା ମାତ୍ର କେତୋଟି ଘରୋଇ ଉପାଦାନରେ ଆମେ କିପରି ସ୍ୟାଣ୍ଡ୍‌ଉଇଚ୍‌ ତିଆରି କରିବା।

ଆବଶ୍ୟକୀୟ ଦ୍ରବ୍ୟ:

:ପାଉଁରୁଟି
:ରିଫାଇନ୍‌ ତୈଳ
:ଲଙ୍କା
:ଜିରା
:ପିଆଜ
: ବନ୍ଧାକୋବି
:ଫଳୁଲକୋବି
:ମୂଳା:
:ଗାଜର:
:ବିନ୍‌ଓ୍‌
:ବିଟ୍‌
:ବିଲାତି ବାଇଗଣ
:ସବ୍‌ଜି ମସଲା
:ଲଙ୍କା ଗୁଣ୍ଡ
:ଟମାଟୋ ଓ ସୋୟା ସସ୍‌
: ଆବଶ୍ୟକ ପରିମାଣର ଲୁଣ, ପାଣି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପାଉଁରୁଟିକୁ ତାଓ୍ଵାର ହାଲ୍‌କା ଭାଜି ବାହାରକୁ କାଢ଼ି ଦିଅନ୍ତୁ। ତା’ପରେ ଏକ କଢ଼େଇ ଗ୍ୟାସ୍‌ରେ ବସେଇ ଗରମ କରନ୍ତୁ। ଗରମ ହୋଇଯିବା ପରେ ତେଲ ଦିଅନ୍ତୁ। ତେଲ ପାଚିଗଲେ ଲଙ୍କା ଓ ଜିରା ସମୟ ଦେଖି ଦିଅନ୍ତୁ। ତ’ପରେ କଟାଯିଇଥିବା ଚୁନା ପିଆଜକୁ କଢ଼େଇରେ ଦେଇ ଭାଜି ଦିଅନ୍ତୁ। ତା’ପରେ କଟା ବିଲାତିକଚ ପିଆଜରେ ଦେଇ ଏକା ସହ ଭାଜି ଦିଅନ୍ତୁ। ମନେ ରଖନ୍ତୁ ସମସ୍ତ ପରିବାରୁ ଖୁବ୍‌ କମ୍‌ ପରିମାଣ ଲେଖାଏ ନେଇ ଏକ କଟା ସାମଗ୍ରୀ ପସ୍ତୁତ କରି ଆଗରୁ ରଖିଥିବେ। ସେ ସବୁକୁ ପକାଇ ଭାଜନ୍ତୁ। ପରିବା ଭଲ ଭାବେ ଭାଜି ହୋଇଯିବା ପରେ ତା’ ଉପରେ ସୋୟା ସସ୍‌, ସବ୍‌ଜି ମସଲା ଓ ଲଙ୍କାଗୁଣ୍ଡ ଦେଇ ଗୋଳାଇ ଦିଅନ୍ତୁ। ପରିବା ମୁତାବକ ଆବ୍ୟଶ୍ୟକ ପରିମାଣର ଲୁଣ ଓ ସାମାନ୍ୟ ପାଣି ଦେଇଥିବେ ସିଝିବା ପୂର୍ବରୁ। ଦେଖିବେ ପରିବା ତେଲ୍‌ରେ ଏକଦମ ଭଲ ଭାବେ ଭାଜି ହୋଇଗଲା ପରେ ତାହାକୁ ଓହ୍ଲାଇ ଦେବେ। ତାପରେ ଗୋଟାଏ ପାଆଁରୁଟି ଆଣି ସେଥିରେ ଭଜା ପରିବାରୁ କିଛି ଖେଳାଇ ରଖନ୍ତୁ। ତା’ଉପରେ ଟମାଟୋ ସସ୍‌ ପକାନ୍ତୁ। ଶେଷରେ ତା’ଉପରେ ଆଉ ଏକ ପାଉଁରୁଟି ଥୋଇ ଦିଅନ୍ତୁ। ଏବେ ଆପଣଙ୍କ ସ୍ୟାଣ୍‌ଉଇଚ୍‌ ପ୍ରସ୍ତୁତ।

ସମ୍ବନ୍ଧିତ ଖବର