୪ଟି ସିକ୍ରେଟ୍‌: ଆପଣଙ୍କ ତ୍ୱଚା ଦିଶିବ ଯୁବସୁଲଭ

କିଛି ଲୋକ ଆଦୌ ବୟସ୍କଙ୍କ ଭଳି ଦେଖା ଯାଆନ୍ତି ନାହିଁ। କିଛି ଲୋକଙ୍କ ଶରୀରରେ ପ୍ରଥମରୁ ହିଁ ଆଣ୍ଟି-ଏଜିଙ୍ଗ୍‌ ରହିଥାଏ। ଆଉ କିଛି ଲୋକ ତାଙ୍କ ଦୈନନ୍ଦିନ ଜୀବନକୁ ଏମିତି ବିତାନ୍ତି ଯେ ସେମାନଙ୍କ ତ୍ୱଚା ଯୁବସୁଲଭ ଦିଶୁଥାଏ। ଯଦି ଆପଣ ଯୁବସୁଲଭ ଦେଖାଯିବା ପାଇଁ ଚାହୁଁଛନ୍ତି ତା’ହେଲେ ଏହି ସିକ୍ରେଟ୍‌ ଅନୁଯାୟୀ କାମ କରନ୍ତୁ।

 

ତ୍ୱଚା ପାଇଁ ଖାଦ୍ୟ
ସାଲ୍‌ମନ୍‌ ମାଛ, ଏଭୋକାଡୋସ୍‌ ଏବଂ ଷ୍ଟ୍ରବେରି ଫଳରେ ବହୁ ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍‌-ଇ ଓ ଭିଟାମିନ୍‌-ସି ଥିବାରୁ ଏହା ଯଥେଷ୍ଟ ହୋଇଥାଏ ଆପଣଙ୍କ ତ୍ୱଚାକୁ ଅନେକ ଦିନ ଯାଏ ଯୁବସୁଲଭ ରଖିବାକୁ।

 

ଶୀର୍ଷାସନ କରନ୍ତୁ
ଯଦି ଆପଣ ଏହି ବ୍ୟାୟାମ ଆଗରୁ କେବେ କରି ନାହାନ୍ତି, ତା’ହେଲେ ଶିଖିଥିବା କୌଣସି ବ୍ୟକ୍ତିଙ୍କ ପରାମର୍ଶ ନେଇ କରନ୍ତୁ। ଏହି ବ୍ୟାୟାମ କରିବା ଦ୍ୱାରା ମୁହଁକୁ ଅମ୍ଳଜାନ୍‌ରେ ଭର୍‌ପୂର୍‌ ଥିବା ରକ୍ତ ଠିକ୍‌ ଭାବେ ସଞ୍ଚାଳନ ହୋଇଥାଏ। ଯାହା ରିଙ୍କଲ୍ସ ହଟାଇବା ସହ ଟକ୍ସିନ୍ସ୍‌ ମଧ୍ୟ ବାହାର କରିଥାଏ।

 

ବେକ ବ୍ୟାୟାମ
ଯେ ପର୍ଯ୍ୟନ୍ତ ଆପଣଙ୍କ ବେକ ସୁନ୍ଦର ଦେଖା ଯାଉଥିବ ସେ ପର୍ଯ୍ୟନ୍ତ ଆପଣ ଯୁବସୁଲଭ ଦେଖା ଯାଉଥିବେ। ଖଟ କିମ୍ବା ସୋଫା ଉପରେ ଚିତ୍‌ ହୋଇ ଶୋଇ ବେକକୁ ୨୦ ଥର ଉଠାନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ବେକ ଶକ୍ତ ଓ ସୁନ୍ଦର ଦେଖାଯିବ।

 

ଚା ପିଅନ୍ତୁ
ସବୁଜ ଚା ବା ଗ୍ରିନ୍‌ ଟି’ରେ ଭରପୂର୍‌ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍‌ସ ରହିଛି, ଯାହା ଆପଣଙ୍କ ଏଜିଙ୍ଗ୍‌ ପ୍ରସେସ୍‌କୁ ଧୀର କରିଥାଏ। ଏଥିପାଇଁ ପ୍ରତିଦିନ ଏକ କପ ଗ୍ରିନ୍‌ ଟି’ ପିଅନ୍ତୁ।

 

ସମ୍ବନ୍ଧିତ ଖବର