ଦିନରେ ତିନି ଥରରୁ ଅଧିକ ସେଲଫି ନେଉଛନ୍ତି କି? ହୋଇପାରନ୍ତି ଏହି ରୋଗର ଶିକାର

ଯଦି ଆପଣ ଦିନରେ ତିନି ଥରରୁ ଅଧିକ ସେଲ୍‌ଫି ନେବା ପରେ ବି ଆପଣଙ୍କର ମନ ଭରୁ ନାହିଁ, ତେବେ ଆପଣ ଏକ ଡିଜର୍ଡର ଶିକାର ହୋଇଛନ୍ତି ବୋଲି ଧରି ନିଅନ୍ତୁ । ଏଭଳି ଦାବି କରିଛନ୍ତି ଲଣ୍ଡନର ନାଟିଂଘମ୍‌ ଟ୍ରେଣ୍ଟ୍‌ ବିଶ୍ୱବିଦ୍ୟାଳୟ ଓ ତାମିଲନାଡୁର ତ୍ୟାଗରାଜ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ । ଉକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ଏହା ଉପରେ ଗବେଷଣା କରାଯାଇଥିଲା । ଏହି ଗବେଷଣା ଇଣ୍ଟରନେସନାଲ୍‌ ଜର୍ଣ୍ଣାଲ୍‌ ଅଫ୍‌ ମେଣ୍ଟାଲ୍‌ ଆଣ୍ଡ୍‌ ଆଡିକସନ୍‌ରେ ପ୍ରକାଶିତ ହୋଇଛି ।

photo-ebay

ଏହି ଅନୁସନ୍ଧାନରୁ ଜଣାଯାଇଛି ଯେ ତିନି ଥର ସେଲଫି ନେବା ପରେ ମଧ୍ୟ ଡିଜର୍ଡର ହେଉଛି, ତାକୁ କୁହାଯାଉଛି ‘ ସେଲଫି ଫାଇଟସ’ । ଏହି ଗବେଷଣା ରେ ବିଭେଭିୟର୍‌ ସ୍କୁଲର ୨୦୦ ଲୋକଙ୍କୁ ମେଠାକସ୍‌ ଗ୍ରୁପ୍‌ ଓ ୪୦୦ ଲୋକଙ୍କ ଉପରେ ସର୍ଭେ କରାଯାଇଥିଲା । ଏଥିରେ ଆହୁରି ମଧ୍ୟ କୁହାଯାଇଛି ସେଲଫି ନେଉଥିବା ଲୋକେ ନିଶାଗ୍ରସ୍ତ ହୋଇଥାଆନ୍ତି । ଅର୍ଥାତ୍‌ ଯେଉଁମାନେ ତିନି ଥରରୁ ଅଧିକ ସେଲଫି ଦିନରେ ନେଇ ଥାଆନ୍ତି , ସେମାନେ ଏକ ପ୍ରକାରର ନିଶାଗ୍ରସ୍ତ ବୋଲି କୁହାଯାଇପାରେ ।

ସମ୍ବନ୍ଧିତ ଖବର