ଗ୍ରହନକ୍ଷତ୍ରଙ୍କ ଚଳନ ଅନୁସାରେ ଆମର ଭାଗ୍ୟ ବଦଳେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରାଯାଏ। କେଉଁ ରାଶିରେ କେଉଁ ଗ୍ରହର ଚଳନ ଫଳରେ ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟର ଆସେ ତାହା ଜ୍ୟୋତିଷମାନେ ଗଣନା କରିଥାନ୍ତି।
ତେବେ ଏକଥା ହୁଏତ ଜାଣିଥିବେ ଯେ ଗତ ୪ ତାରିଖରେ କୁମ୍ଭ ରାଶିରେ ଶନି ଗ୍ରହର ଚଳନ ହୋଇଛି। ଆଗକୁ ୨୦୨୪ ମସିହା ଜୁନ୍ ମାସଠାରୁ ଶନି ଓଲଟା ଚାଲିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ସେହିଦିନରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ୩ ରାଶିଙ୍କର ଶୁଭ ବେଳା ଆସିବ।
ମେଷ: କ୍ୟାରିୟର୍ ଓ ଧନ ମାମଲାରେ ଏହି ରାଶି ଉପରେ ସୁପ୍ରଭାବ ପଡ଼ିବ। ଏହି ରାଶିର ଲୋକଙ୍କୁ ବଡ଼ ସଫଳତା ମିଳିବ। କେବଳ ଏତିକି ନୁହେଁ, ଏହି ରାଶିର ଲୋକଙ୍କର ଭ୍ରମଣ ଯୋଗ ବି ରହିଛି। ବନ୍ଧୁ ଓ ସଂପର୍କୀୟଙ୍କ ସହ ଉତ୍ତମ ସଂପର୍କ ରହିବ। ଘରେ ଖୁସି ହିଁ ଖୁସି ଦେଖିବାକୁ ମିଳିବ।
କନ୍ୟା: କନ୍ୟା ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ସମୟରେ ଚାକିରି ଓ କାରବାର କ୍ଷେତ୍ରରେ ସୁଫଳ ମିଳିବ। ଆୟର ନୂଆ ଉତ୍ସ ଉତ୍ପନ୍ନ ହେବ। ଆମଦାନୀ ବଢ଼ିବ ଓ ଖର୍ଚ୍ଚ କମ୍ ହେବ। ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହେବ। ଜୀବନସାଥୀଙ୍କ ସହାୟତାରେ ଅଟକିଥିବା କିଛି କାର୍ଯ୍ୟ ପୂରା ହେବ।
ମକର: କ୍ୟାରିୟର୍ ଓ ଧନ ମାମଲାରେ ଏହି ରାଶିର ଲୋକ ବି ସୁଫଳ ପାଇବେ। ବହୁତ କମ୍ ପରିଶ୍ରମରେ ବଡ଼ ସଫଳତା ମିଳିଯିବ। ହେଲେ ଆପଣଙ୍କୁ ନିଜ ବୈବାହିକ ଜୀବନ ଉପରେ ଏହି ସମୟରେ ଟିକେ ଅଧିକ ଧ୍ୟାନ ଦେବାକୁ ହେବ।
(ତେବେ ଏହି ୩ଟି ରାଶିକୁ ଛାଡ଼ିଲେ ଅନ୍ୟ ରାଶିର ଲୋକମାନେ ଯେ କୌଣସି ସଫଳତା ପାଇବେ ନାହିଁ, ତାହା ଆମେ କହୁନାହିଁ। ସବୁକିଛି ପରେ କଠିନ ପରିଶ୍ରମ ହିଁ ସଫଳତାର ଚାବି କାଠି ବୋଲି ମନେ ରଖିବା ଉଚିତ୍)