କାନ ସଂପର୍କରେ ଏକ ସବୁଠାରୁ ବିସ୍ମୟକର କଥା ହେଉଛି, କାନ ହେଉଛି ଶରୀରର ଏକ ଏପରି ଅଙ୍ଗ ଯାହାର ଆକାର ମରିବା ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଯେତେବେଳେ ଆମେ କାହାକୁ ପ୍ରଥମ କରି ଭେଟିଥାଉ େସେହି ବ୍ୟକ୍ତିର ସବୁକିଛି ଲକ୍ଷ୍ୟ କରିଥାଉ। ଉଚ୍ଚତା, ରଂଗ, ଆକାର, ହାତ, ଗୋଡ଼, କଥା ହେବା ଶୈଳୀ, ଶାରୀରିକ ଭଙ୍ଗୀ ଇତ୍ୟାଦି। ମାତ୍ର ଆପଣ କେବେ କାହା କାନକୁ ଲକ୍ଷ କରିଛନ୍ତ?
ସାମୁଦ୍ରିକ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ମଣିଷର ଶାରୀରିକ ଆକାର ବା ଆକୃତିରୁ ସେ ମଣିଷର ସ୍ୱଭାବ ଜଣାପଡ଼ିଯାଏ। ସେହିପରି ଭିନ୍ନ ଲୋକଙ୍କ କାନର ଆକାର ଓ ଆକୃତି ଭିନ୍ନ। ତେବେ ଚାଲନ୍ତୁ ଜାଣିବା କାହାର କାନ କିପରି ହୋଇଥିଳେ ସେ ବ୍ୟକ୍ତିର ସ୍ୱଭାବ କିପରି ହୋଇଥାଏ।
ଯାହାର କାନ ଟିକେ ଗଭୀରିଆ ସେ ଧରଣର ବ୍ୟକ୍ତି ସେମାନେ ଟିକେ ଆଧ୍ୟାତ୍ମିକ ସ୍ୱଭାବର। ସେମାନେ ଉପରକୁ ଜଣାପଡୁନଥିଲେ ବି ଭିତରେ ଭାରି ସ୍ମାର୍ଟ ହୋଇଥାନ୍ତି।
/sambad/media/post_attachments/wp-content/uploads/2018/08/xadobestock-106098178-jpeg.jpeg.pagespeed.ic_.WV5UGdpLUt-300x200.jpg)
ଯେଉଁ ବ୍ୟକ୍ତିଙ୍କ କାନ ଗୋଲ୍ ସେମାନେ ସମସ୍ତଙ୍କ ସହ ଉତ୍ତମ ବନ୍ଧୁତ୍ୱ ରଖିପାରନ୍ତି। ସେମାନେ ଖୁବ୍ ସାମାଜିକ ଶ୍ରେଣୀର। ସଭିଙ୍କ ସହ ଉତ୍ତମ ସଂପର୍କ ରଖିବା ଏମାନଙ୍କର ନିଶା ହୋଇଥାଏ।
ଯାହାଙ୍କ କାନ ଚାରିକୋଣିଆରେ ସେମାନେ ଟିକେ ବୁଦ୍ଧିମାନ ଓ ଆତ୍ମନିର୍ଭରଶୀଳ। ଏଭଳି ବ୍ୟକ୍ତିଙ୍କୁ ଅନ୍ୟମାନେ ସହଜରେ ଅପମାନିତ କରିପାରନ୍ତି ନାହିଁ।
ଯେଉଁମାନଙ୍କ କାନରେ କେଶ ଥାଏ ସେମାନେ ଟିକେ କ୍ରୋଧୀ ସ୍ୱଭାବର। ମାତ୍ର ହୃଦୟରୁ ସେମାନେ ଖୁବ୍ ଭଲ। କେବେ କାହାର ଅମଙ୍ଗଳ ଚିନ୍ତା କରିନଥାନ୍ତି ଏମାନେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Earlobe-Rejuvenation-promd-health-baltimore-washington-aesthetics-anti-aging.jpg)