ଦିନକୁ ୧୦ଟି ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କର ଫୁସଫୁସ ଦେଖି ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ: ଧୂମପାନ କରିବା ଆପଣଙ୍କ ଶରୀର ପାଇଁ କେତେ ହାନିକାରକ ହୋଇପାରେ ତାହା ଏବେ ଦେଖିବାକୁ ମିଳିଛି | ଚୀନର କିଛି ଡାକ୍ତର ଜଣେ ରୋଗୀଙ୍କର ମୃତ୍ୟୁ ପରେ ତାଙ୍କ ଫୁସଫୁସର ଅବସ୍ଥା ଦେଖି ଖୋଦ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ବ୍ୟକ୍ତି ଜଣକ ପାଖାପାଖି ୩୦ ବର୍ଷ ଧରି ପ୍ରତିଦିନ ୧୦ରୁ ୨୦ଟି ସିଗାରେଟ ଟାଣୁଥିଲେ | ବ୍ୟକ୍ତିଙ୍କର ମୃତ୍ୟୁ ପରେ ଯେତେବେଳେ ଡାକ୍ତରମାନେ ତାଙ୍କ ଫୁସଫୁସକୁ ଦେଖିଥିଲେ ଏହା ଗୋଲାପୀ ବଦଳରେ କଳା ପଡିଯାଇଥିଲା |


ଫୁସଫୁସରେ କେବଳ ଟାର ଜମା ହୋଇ ରହିଥିଲା | ଅପରେସନ ସମୟର ଏହି ଭିଡିଓକୁ ୟୁଟ୍ୟୁବରେ ଛଡା ଯିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି | ଆପଣ ଏବେ ବି ଧୂମପାନ ରଖିବାର ସାହସ ରଖୁଛନ୍ତି କି କ୍ୟାପ୍ସନରେ ଏହି ଭିଡିଓଟିକୁ ଅପଲୋଡ଼ କରାଯାଇଛି |

ସବୁଠାରୁ ଭଲ ଧୂମପାନ ବିରୋଧୀ ବିଜ୍ଞାପନ ଭାବେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଏହାକୁ ଆଖ୍ୟା ଦେଇଛନ୍ତି | ଏଠାରେ ସୂଚନା ଥାଉ କି ଚୀନର ଜୀଏଙ୍ଗେଷୁରେ ଥିବା ବୁଷୀ ପିପୁଲସ ହସ୍ପିଟାଲରେ ଜଣେ ୫୨ ବର୍ଷର ବ୍ୟକ୍ତିଙ୍କର ଫୁସଫୁସ କର୍କଟରେ ମୃତ୍ୟୁ ହେବା ପରେ ଅପରେସନ ମାଧ୍ୟମରେ ଏହି ଫୁସଫୁସଟିକୁ କଢ଼ାଯାଇଥିଲା |

ସମ୍ବନ୍ଧିତ ଖବର