ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ଦେଖା ଯାଇଥାଏ ଏ ସବୁ ସମସ୍ୟା

ପ୍ରୋଟିନ ଶରୀରପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ସଠିକ୍‌ ବିକାଶ ପାଇଁ ପ୍ରତିଦିନର ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ସବୁ ଜିନିଷ ଅଧିକ ହେଲେ ଯେମିତି ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ସେଭଳି ପ୍ରତିଦିନର ଖାଦ୍ୟରେ ପ୍ରୋଟିନର ମାତ୍ରା ଦରକାରଠାରୁ ଅଧିକ ହେଲେ ତାହା ଶରୀରକୁ ସୁସ୍ଥ ରଖିବା ପରିବର୍ତ୍ତେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଅଧିକମାତ୍ରାରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କେଉଁସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।
୧.ଶରୀରରେ ପ୍ରୋଟିନର ମାତ୍ରା ଅଧିକ ହେଲେ ଫାଇବରର ମାତ୍ରା କମିବାକୁ ଲାଗିଥାଏ । ଯାହାଦ୍ୱାରା ପେଟଜନିତ ସମସ୍ୟା ଉପୁଜିଥାଏ ।
୨.ଅଧିକ ମାତ୍ରରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ ମିଳି ପାରିନଥାଏ । ଯାହାଦ୍ୱାରା ଶରୀରର ହାଡ଼କୁ ଶକ୍ତି ନ ମିଳିବାରୁ ତାହା ଦୁର୍ବଳ ହେବାକୁ ଲାଗିଥାଏ ।

Consumer Health Digest

୩.ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ଏବଂ ସେଚୁରେଟେଡ଼୍‍ ଫ୍ୟାଟ୍‌ର ମାତ୍ରା ବଢ଼ିବା ଆରମ୍ଭ ହୋଇଥାଏ । ଏହାଦ୍ୱାରା ଶରୀରରେ ହୃଦୟଜନିତ ସମସ୍ୟା ଉପୁଜିବାର ଆଶଙ୍କା ବଢ଼ି ଯାଇଥାଏ ।
୪.ଦରକାରଠାରୁ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ମୁଣ୍ଡ ବିନ୍ଧା,ନିଦ ନହେବା,ଚିନ୍ତାଗ୍ରସ୍ତ ରହିବା ଭଳି ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର