ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ଲାଗି ଅନେକ ସମୟରେ ମହିଳାମାନେ ଗର୍ଭନିରୋଧକ ବଟିକା ସେବନ କରିଥାନ୍ତି। କିନ୍ତୁ ଏହି ବଟିକାର ସେବନ ଫଳରେ ତା’ର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଚିନ୍ତିତ ଥାଆନ୍ତି ଏହି ମହିଳାମାନେ। ଏହି ପାର୍ଶ୍ୱ ପ୍ରତିକ୍ରିୟାରେ ମୋଟାପଣ, ମୁଣ୍ଡବିନ୍ଧା, ଋତୁସ୍ରାବରେ ଅନିୟମିତତା, ହରମୋନ୍ ଅସନ୍ତୁଳନ ଆଦି ଲକ୍ଷଣ ଦେଖା ଦେଇଥାଏ ବୋଲି ଆଶଙ୍କା କରା ଯାଇଥାଏ।
କିନ୍ତୁ ଆପଣ କ’ଣ ଜାଣନ୍ତି କି ଗର୍ଭନିରୋଧକ ବଟିକାର ପାର୍ଶ୍ୱ ପ୍ରତିକ୍ରିୟାଠାରୁ ରକ୍ଷା ପାଇବା ଲାଗି ଅନ୍ୟ ଉପାୟ ଅଛି। ଏଥିପାଇଁ ମାତ୍ର ପାଞ୍ଚଟି ଖାଦ୍ୟର ସେବନ ଯଥେଷ୍ଟ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ଏହି ଖାଦ୍ୟଗୁଡ଼ିକ ସଂପର୍କରେ...
/sambad/media/post_attachments/wp-content/uploads/2018/05/Side-Effects-of-Pregnancy-Pills_Slide_2.jpg)
କଦଳୀ: ଯଦି ଆପଣ ଗର୍ଭନିରୋଧକ ବଟିକା ସେବନ କରୁଥାନ୍ତି, ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ରୁ ରକ୍ଷା ପାଇବା ପାଇଁ ନିୟମିତ କଦଳୀ ଖାଆନ୍ତୁ। ଏଥିରେ ଥିବା ଭିଟାମିନ୍ ବି ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ।
/sambad/media/post_attachments/wp-content/uploads/2018/05/Side-Effects-of-Pregnancy-Pills_Slide_3.jpg)
ଦହି: ଦହିକୁ ସୁପର ଫୁଡ୍ ବୋଲି କୁହାଯାଏ। ଏଥିରେ ରାଇବୋଫ୍ଲୋବିନ୍ ଥାଏ। ଏଥିରେ ବିପୁଳ ମାତ୍ରାରେ ଭିଟାମିନ୍ ବି ଥିବା ହେତୁ ମୁଣ୍ଡବିନ୍ଧା ଓ ଅନ୍ୟାନ୍ୟ ଶାରୀରିକ କଷ୍ଟରୁ ମୁକ୍ତି ଦେଇଥାଏ ଦହି। ଦହି ବି ଗର୍ଭ ନିରୋଧକ ବଟିକା ସେବନର ପାର୍ଶ୍ୱ ପ୍ରତିକ୍ରିୟାରୁ ରକ୍ଷା କରିଥାଏ।
/sambad/media/post_attachments/wp-content/uploads/2018/05/Side-Effects-of-Pregnancy-Pills_Slide_4.jpg)
କମଳା, ଲେମ୍ବୁ: ଯଦି ଆପଣ ଗର୍ଭନିରୋଧକ ବଟିକା ସେବନ କରୁଥାନ୍ତି, ତେବେ କମଳା ଓ ଲେମ୍ବୁ ଭଳି ଖଟା ଫଳ ନିଶ୍ଚିତ ଭାବେ ଖାଆନ୍ତୁ। ଏଥିରେ ଭିଟାମିନ୍ ସି ଥାଏ, ଯାହା ଏହି ବଟିକାର କୁପ୍ରଭାବରୁ ଆପଣଙ୍କୁ ରକ୍ଷା କରିଥାଏ।
/sambad/media/post_attachments/wp-content/uploads/2018/05/Side-Effects-of-Pregnancy-Pills_Slide_5.jpg)
ସୋୟାବିନ୍: ସୋୟାବିନ୍ ଏକ ଉପଯୋଗୀ ଖାଦ୍ୟ। ଏହି ମାନବ ଶରୀରରେ ଏଷ୍ଟୋଜେନ୍ର ଭୂମିକାକୁ ନିୟନ୍ତ୍ରିତ କରିଥାଏ। ସୋୟା-ଦୁଧ ପିଇଲେ ଗର୍ଭ ନିରୋଧକ ବଟିକାର କୁପ୍ରଭାବରୁ ରକ୍ଷା ମିଳିଥାଏ।
/sambad/media/post_attachments/wp-content/uploads/2018/05/Side-Effects-of-Pregnancy-Pills_Slide_6.jpg)
ବିଭିନ୍ନ ପ୍ରକାରର ଶାଗ: ପାଳଙ୍ଗ, ମେଥି, ବ୍ରୋକଲି ଓ ସଜନା ଶାଗ ଭଳି ଖାଦ୍ୟରେ ଅଧିକ ମାତ୍ରାରେ ଫୋଲେଟ୍ ମିଳିଥାଏ। ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ଏହା ମଧ୍ୟ ଗର୍ଭ ନିରୋଧକ ବଟିକାର ପାର୍ଶ୍ୱ ପ୍ରତିକ୍ରିୟାରୁ ରକ୍ଷା କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Side-Effects-of-Pregnancy-Pills_Slide_1.jpg)