ଶୋଇବା ସମୟରେ ପେଟମାଡ଼ି ଶୋଉଛନ୍ତି କି? ଜାଣି ରଖନ୍ତୁ ଏହା ଦ୍ୱାରା ଉପୁଜୁଥିବା ସମସ୍ୟା

ସେମିତି ଦେଖିବାକୁ ଗଲେ ସବୁ ଲୋକଙ୍କର ଶୋଇବାର ଶୈଳୀ ଭିନ୍ନ ହୋଇଥାଏ । କିନ୍ତୁ ପ୍ରାୟତଃ ଲୋକମାନେ ପେଟମାଡ଼ି ଶୋଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି ତେବେ ଏହା ଦ୍ୱାରା ହେଉଥିବା ଶାରୀରିକ ସମସ୍ୟା ବିଷୟରେ ଜାଣି ରଖନ୍ତୁ ।
୧. ଯଦି ଆପଣ ଶୋଇବା ସମୟରେ ପ୍ରାୟ ସମୟ ପେଟ ମାଡ଼ି ଶୋଉଛନ୍ତି ତେବେ କିଛି ଦିନ ପରେ ଆପଣଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯିବ ନିଶ୍ଚୟ । ଏଭଳି ଶୋଇବା ଦ୍ୱାରା ବେକ ମୋଡ଼ି ହୋଇ ରହୁଥିବାରୁ ମସ୍ତିଷ୍କକୁ ଠିକ୍‌ ଭାବରେ ରକ୍ତ ସଞ୍ଚାଳନ ହୋଇ ନ ଥାଏ,ଏହା ଦ୍ୱାରା ମୁଣ୍ଡ ବିନ୍ଧିବାକୁ ଲାଗିଥାଏ ।
୨. ପେଟ ମାଡ଼ି ଶୋଇବା ଦ୍ୱାରା ତ୍ୱଚାକୁ ଠିକ୍‌ ଭାବରେ ଅକ୍ସିଜେନ୍‌ ମିଳି ପାରି ନ ଥାଏ । ଏହା ସହ ଶୋଇବା ଶେଯରେ ଥିବା ବ୍ୟାକ୍ଟେରିଆ ମୁହଁର ସଂପର୍କରେ ଆସି ମୁହଁରେ ଦାଗ ସୃଷ୍ଟି ହୋଇଥାଏ ।

nari.punjabkesari.in

୩.ପେଟ ମାଡ଼ି ଶୋଇବା ଦ୍ୱାରା ମେରୁଦଣ୍ଡ ଉପରେ ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା କିଛି ଦିନ ଏପରି ଶୋଇବା ଦ୍ୱାରା ମେରୁଦଣ୍ଡରେ ପ୍ରଭାବ ପଡ଼ିଥାଏ ।
୪.ପେଟ ମାଡ଼ି ଶୋଇବା ଦ୍ୱାରା ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ । ଯାହାଦ୍ୱାରା ପେଟଜନିତ ସମସ୍ୟା ଉପୁଜିଥାଏ । ସେଥିପାଇଁ ସବୁ ବେଳେ ବାମ ପଟକୁ ଢ଼ଳି ଶୋଇବା ଦରକାର ।

ସମ୍ବନ୍ଧିତ ଖବର