ଜୀବନ ଏକ କଳା। ତାହାକୁ ଠିକ୍ ଭାବେ ତୁଲାଇ ପାରିଲେ ଖବ୍ ସୁନ୍ଦର। ଜୀବନକୁ ସାଧା ଛାଡ଼ି ଦେଲେ ଜୀବନର ମଜା ଠିକ୍ ଭାବେ ନେଇ ହୁଏନା। ତେବେ, ଆସନ୍ତୁ ଆଲୋଚନା କରିବା ଆମେ ସବୁ ଠିକ୍ କରୁଛନ୍ତି କି ନା।
ବଞ୍ଚିରହିବା ବି ଏକ କଳା। ସବୁ ଲୋକଙ୍କ ଭିତରେ ବଞ୍ଚିରହିବାର କ୍ଷମତା ନଥାଏ। ଆପଣ ଯଦି ନାନା ବାଧା ବିଘ୍ନ ସତ୍ୱେ ବଞ୍ଚିରହିବାର ସାହସ ରଖିଛନ୍ତି ତେବେ ଏକଦମ ଠିକ ପଥରେ ଅଛନ୍ତି ବୋଲି ଧରିନିଅନ୍ତୁ।
ଯଦି ଅନ୍ୟର ଅବନତି ବିଷୟରେ ଚିନ୍ତା ନକରି ନିଜର ଉନ୍ନତି ସଂପର୍କରେ ଚିନ୍ତା କରୁଛନ୍ତି ତେବେ ଆପଣ ନିହାତି ଠିକ୍ ପଥରେ ଅଛନ୍ତି।
/sambad/media/post_attachments/wp-content/uploads/2018/01/e70902610632238b91d079fa83fa2883_1467273859-300x202.jpg)
ବଡ଼ ବଡ଼ ସ୍ୱପ୍ନ ଦେଖୁଛନ୍ତି ତ? ଯଦି ହଁ, ତେବେ ଏ ଅଭ୍ୟାସ ଜାରି ରଖନ୍ତୁ। ବଡ଼ ସ୍ୱପ୍ନ ଦେଖୁଥିବା ବ୍ୟକ୍ତି ଛୋଡ଼ ଚିନ୍ତା କରିବାରୁ ନିବୃତ ରହନ୍ତି। ଫଳରେ ସେମାନଙ୍କ ଚିନ୍ତାଧାରା ଉତ୍କଷ୍ଟ ହୋଇଥାଏ।
କ୍ଷମାଶୀଳ ଏବଂ ସ୍ନେହୀ ସ୍ୱଭାବର ନିଶ୍ଚୟ ହୁଅନ୍ତୁ। କୌଣସି ବି ସଂପର୍କ ବଞ୍ଚାଇବା ପାଇଁ ଏହା ଅତ୍ୟନ୍ତ ଜରୁରୀ। ସଂପର୍କ ଭଲ ନ ରହିଲେ ଜୀବନ ମାନେ କ’ଣ?
ସବୁ କିଛି ପରେ ପୁସ୍ତକ ପଢ଼ିବା ଆଉ ବାହାରକୁ ବୁଲିଯିବା ଅଭ୍ୟାସ ରଖନ୍ତୁ। ପ୍ରତ୍ୟେକ ବ୍ୟକ୍ତି ପାଇଁ ପଢ଼ିବା ଆଉ ବୁଲିବା ପ୍ରାଥମିକତା ହେବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/a87ff679a2f3e71d9181a67b7542122c_1467273784.jpg)