ଶିଳାଜିତକୁ ଅମର ଶିଳା ଭାବେ ମଧ୍ୟ କୁହା ଯାଇଥାଏ। ଏସିଆର ବିଭିନ୍ନ ଅଞ୍ଚଳରେ ଏହା ପରିଲକ୍ଷିତ ହୋଇଥାଏ। ହେଲେ ଆପଣ କ’ଣ ଜାଣନ୍ତି ଯେ,ଏହା ମନୁଷ୍ୟ ଶରୀରର ବିଭିନ୍ନ ହିତ ସାଧନ କରିଥାଏ। ଏବେ ଆସନ୍ତୁ ଜାଣିବା ଏହା ମଣିଷର କି କାମରେ ଆସିଥାଏ।
ପ୍ରଥମତଃ ଶିଳାଜିତ ଏକ ଖଣିଜ ପଦାର୍ଥ ହୋଇଥିବା ହେତୁ ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍ ରହିଛି। ଏହା ମାଂସପେଶୀ, ଟିସୁ ଓ ହାଡ଼କୁ ମଜଭୁତ ରଖିିଥାଏ। ତା’ଛଡ଼ା ଏହା ମାନସିକ ଓ ଶାରୀରିକ ଦୁର୍ବଳତାକୁ ମଧ୍ୟ ହ୍ରାସ କରିଥାଏ। ଖାଲି ସେତିକି ନୁହେଁ,ବୟସାଧିକ୍ୟ ହେତୁ ଯଦି ମସ୍ତିଷ୍କ ଅକ୍ଷମତା ପରିଲକ୍ଷିତ ହୋଇଥାଏ, ତେବେ ଏହାକୁ ଉଚିତ ମାତ୍ରାରେ ସେବନ କରିଲେ,ସେଥିରେ ଉନ୍ନତି ଘଟିଥାଏ।
/sambad/media/post_attachments/wp-content/uploads/2018/01/Fitness-Mantra.fashionlady.in_-300x196.jpg)
କିଡ଼ିନି ଷ୍ଟୋନ୍ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଶିଳାଜିତ ଦ୍ୱାରା ଉପଚାର ସମ୍ଭବ ବୋଲି ଆୟୁର୍ବେଦରେ ବିଶ୍ୱାସ ରହିଛି। ତାହା ଅନୁଯାୟୀ, ନିୟମିତ ଭାବେ ଏହାକୁ ସେବନ କରିଲେ ଯଦି କିଡ଼ନି ଷ୍ଟୋନ୍ ହୋଇଥାଏ, ତେବେ ତାହା ମିଳେଇ ଯାଇଥାଏ ଓ ତତ୍ଜନିତ କୌଣସି ଶାରୀରିକ ଅସୁବିଧା ହୋଇନଥାଏ। ଏହା ଅଲସର୍ର ନିଦାନ ଭାବେ ମଧ୍ୟ ବ୍ୟବହୃତ ହୋଇଥାଏ। ଖାଲି ସେତିକି ନୁହେଁ ମଣିଷର ସ୍ମରଣ ଶକ୍ତି ବୃଦ୍ଧି ଦିଗରେ ବି ସହାୟକ ହୋଇଥାଏ ଶିଳାଜିତ। ପେଟରେ ଯଦି ଜ୍ୱଳନ ସମସ୍ୟା ଦେଇଥାଏ ବା ଗ୍ୟାସ୍ଷ୍ଟ୍ରିକ୍ ଭଳି ରୋଗର ଶିକାର ହୋଇଥା’ନ୍ତି, ତେବେ ଏଥିରୁ ମୁକୁଳିବା ଲାଗି ମଧ୍ୟ ଶିଳାଜିତ ମହୌଷଧି ଭଳି କାମ କରିଥାଏ। ଏହାକୁ କେତେ ପରିମାଣରେ ସେବନ କରିବାକୁ ପଡ଼ିବ ,ତାହା କରିବାକୁ ହେବ।
ଶିଳାଜିତ୍ର ବିଭିନ୍ନ ନାମ ରହିଛି। ଶିଳାଜିତରେ ୮୫ ପ୍ରକାରର ଖଣିଜ ପଦାର୍ଥ ରହିଛି, ଯାହା ପ୍ରାକୃତିକ ହୋଇଥିବା ହେତୁ ଶରୀର ପାଇଁ ଲାଭପ୍ରଦ।