ବାର୍ଷିକ ରାଶିଫଳ ୨୦୧୮: ସିଂହ: ଗତବର୍ଷର ସମସ୍ୟା, ଏ ବର୍ଷ ଅପସରି ଯିବ

ଏ ବର୍ଷଟି ଆପଣଙ୍କ ଲାଗି କିଛି ସୁବର୍ଣ୍ଣ ସୁଯୋଗ ଆଣିଦେବ। ଏଥିପାଇଁ ଫେବ୍ରୁଆରି, ମାର୍ଚ୍ଚ, ମଇ, ଅକ୍‌ଟୋବର ଓ ଡିସେମ୍ବର ମାସ ବିଶେଷ ଫଳପ୍ରଦ। କୌଣସି ନୂଆ କାମର ଚୁକ୍ତିପତ୍ର କରିବେ। ବର୍ଷର ଶେଷାର୍ଦ୍ଧରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଗଷ୍ଟରୁ ସେପ୍‌ଟେମ୍ବର ମାସ ମଧ୍ୟରେ ଚାକିରିରେ ପଦୋନ୍ନତି ମିଳିବ। ଚାକିରି ଅନେ୍ଵଷଣରେ ଥିବା ବ୍ୟକ୍ତିମାନଙ୍କୁ ଏ ବର୍ଷ ଭଲ ଦରମାରେ ରାଜ୍ୟ ବାହାରେ ଚାକିରି ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସୀମା ବଢ଼ାଇବେ। ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ଗତବର୍ଷ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା, ଏ ବର୍ଷ ତାହା ଅପସରି ଯିବ ଏବଂ ଘରୋଇ ଜୀବନରେ ସୁଖସୁବିଧା ବୃଦ୍ଧି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ମଇ, ଜୁନ୍‌ ମାସରେ ବିଦେଶ ଭ୍ରମଣର ସୁଯୋଗ ରହିଛି। ପ୍ରେମିକ ପ୍ରେମିକାମାନଙ୍କ ଲାଗି ବର୍ଷଟି ଶୁଭପ୍ରଦ। ସେମାନେ ଏ ବର୍ଷ ସୁଖମୟ ସଂସାର ଗଢ଼ିବେ। ଗଣିତ ଓ ବଜ୍ଞାନ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ୨୦୧୭ରେ ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା ଏ ବର୍ଷ ତାହା ସମାଧାନ ହୋଇଯିବ। ମାନସିକ ରୋଗୀମାନେ ଡା଼କ୍ତରଙ୍କ ପରାମର୍ଶରେ ରହନ୍ତୁ ଓ ପ୍ରତିଦିନ ପ୍ରାତଃ ଯୋଗାସନ କରନ୍ତୁ।

ସମ୍ବନ୍ଧିତ ଖବର