ଏହି ୫ ପାପକୁ ଭଗବାନ ଶିବ କେବେ ବି କ୍ଷମା କରନ୍ତି ନାହିଁ, ଜାଣନ୍ତୁ କ’ଣ ସେଗୁଡ଼ିକ

ଯେପରି ଭୁଲ୍‌ ପାଇଁ କ୍ଷମା ରହିଛି ସେପରି ପାପର ପ୍ରାୟଶ୍ଚିତ ମଧ୍ୟ ରହିଛି। ମାତ୍ର ଏମିତି କିଛି ପାପ ଥାଏ ଯାହାର କେବେ ପ୍ରାୟଶ୍ଚିତ ନଥାଏ। ଭଗବାନ ଶଙ୍କରଙ୍କ ଶିବ ପୁରାଣରେ ଏପରି କିଛି ପାପ ସଂପର୍କରେ ସୂଚନା ଦିଆଯାଇଛି। ଏହି ଧରଣର ପାପ କରୁଥିବା ବ୍ୟକ୍ତି କେବେ ବି କ୍ଷମା ଯୋଗ୍ୟ ହୋଇନଥାନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ଧରଣର ପାପକୁ ଶିବ ସବୁଠାରୁ ଘୃଣ୍ୟ ବୋଲି ବିବେଚନା କରନ୍ତି।

ନିଜର ପତି/ପତ୍ନୀ ଥାଇ ମଧ୍ୟ ଅନ୍ୟର ପତି/ପତ୍ନୀ ଉପରେ ଦୃଷ୍ଟି ରଖିବା ପାପ ହୋଇଥାଏ। ଏପରି ସ୍ୱଭାବର ବ୍ୟକ୍ତି ଭଗବାନ ଶିବଙ୍କ ଦରବାରରେ କ୍ଷମା ପାଇବା ଯୋଗ୍ୟ ଆଦୌ ବି ହୋଇନଥାନ୍ତି।

ଅନ୍ୟର ପତି କିମ୍ବା ପତ୍ନୀଙ୍କ ପରି ଅନ୍ୟର ଧନ ଉପରେ ନଜର ପକାଇବା ବି ମସ୍ତବଡ଼ ପାପ ହୋଇଥାଏ। କୌଣସି ଧନୀ ଲୋକକୁ ଉଦାହରଣ ମାନି ତାଙ୍କୁ ପ୍ରେରଣା ଭାବେ ଗ୍ରହଣ କରିବାରେ କିଛି ଅସୁବିଧା ନଥାଏ। ମାତ୍ର କାହାର ଧନ ଉପରେ ନଜର ପକାଇବା ପାପ ହୋଇଥାଏ।

ଚତୁର ହେବା ଉତ୍ତମ କଥା ହୋଇଥାଏ। ମାତ୍ର ମନେ ରଖନ୍ତୁ ଆପଣଙ୍କ ଚତୁରାମି ହେତୁ ଯଦି କେବେ କୌଣସି ନୀରିହ କଷ୍ଟପାଏ ତେବେ ଆପଣ ଭବବାନଙ୍କ ଦରବାରରେ ଦୋଷୀ ହୋଇଗଲେ। ସେ ଭୁଲ୍‌ର ବି କ୍ଷମା ନଥାଏ ଶିବଙ୍କ ପାଖରେ।

ପ୍ରଥମତଃ କୌଣସି ମହିଳାଙ୍କ ଅସମ୍ମାନ କରିବା ବା କଷ୍ଟ ଦେବା ପାପ ହୋଇଥାଏ। ତା’ପରେ ଯଦି ମହିଳା ଜଣକ ଗର୍ଭବତୀ ହୋଇଥାନ୍ତି ତାଙ୍କ କ୍ଷେତ୍ରରେ ଆହୁରି ସତର୍କ ରହିବାକୁ ହୁଏ। ସେପରି ସ୍ତରରେ ମହିଳାଙ୍କୁ କଷ୍ଟ ଦେଲେ ଭଗବାନ କ୍ରୋଧ ପ୍ରକାଶ କରିଥାନ୍ତି।

କାହା ନାଆଁରେ ମିଥ୍ୟା ପ୍ରଚାର କରିବା ବି ପାପ ହୋଇଥାଏ। ଆପଣ ଯେଉଁ ବିଷୟରେ ଅବଗତ ନୁହଁନ୍ତି ସେ ବିଷୟରେ ଆଲୋଚନା କରି କଥାକୁ ଆଦୌ ବଡ଼ କରନ୍ତୁ ନାହିଁ। ଏପରି ଗୁଣ ଥିଲେ ଭଗବାନ କେବେ ଖୁସି ହୁଅନ୍ତି ନାହିଁ।

ସମ୍ବନ୍ଧିତ ଖବର