ରାତିରେ ନିଦ ଆସୁନି ତ?ଆପଣାନ୍ତୁ ଏହି ସରଳ ଉପାୟ!

ନିଦ ବଟିକା ଖାଇ ହୁଏତ ଆପଣ କିଛି ସମୟ ପାଇଁ ଠିକ୍‌ ଭାବରେ ଶୋଇପାରନ୍ତି,ହେଲେ ଲମ୍ବା ସମୟ ଧରି ଏପରି ଅଭ୍ୟାସ ଆଦୌ ହିଁ ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ସଠିକ୍‌ ହୋଇନଥାଏ।କାହିଁକିନା ଏହି ପରିସ୍ଥିତିରେ ଯୋଗାସନ ବହୁତ ହିଁ ଭଲ ବିକଳ୍ପ ଅଟେ।ତେଣୁ ଜଣେ ସୁସ୍ଥ ବ୍ୟକ୍ତି ଲାଗି ପ୍ରତ୍ୟେକ ଦିନ ୬ରୁ ୮ ଘଣ୍ଟାର ସୁଖଦ ନିଦ୍ରା ନିହାତି ଆବଶ୍ୟକ ! ହେଲେ ଏହି ସମାଜରେ ଲକ୍ଷ ଲକ୍ଷ ଲୋକ ଏପରି ବି ରହିଛନ୍ତି,ଯେଉଁମାନଙ୍କୁ କି ଅନେକ ପ୍ରଚେଷ୍ଟା ପରେ ବି ସୁଖଦ ନିଦ୍ରା ଆସିନଥାଏ।ଆଉ ଯଦି ଆସିଥାଏ ତ,ତାହା ଅଧରାତିକୁ ହିଁ ଆସିଥାଏ।ତେବେ ଏହି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆପଣଙ୍କୁ ଏପରି କିଛି ସରଳ ଉପାୟକୁ ଅବଲମ୍ବନ କରିବାକୁ ହେବ,ଯାହାର କି ମନ ଏବଂ ଶରୀର ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପଡ଼ିନଥାଏ।
ଆସନ୍ତୁ ଜାଣିବା ସୁଖଦ ନିଦ୍ରାର ସରଳ ଉପାୟ ବିଷୟରେ…..

୧-ବାଳାସନ ବା ଶିଥିଳାସନ:-ସାଧାରଣତଃ ଶିଶୁମାନେ ଯେଉଁଭଳି ଭାବରେ ଶୋଇଥାନ୍ତି,ସେହିଭଳି ଭାବରେ ଏହି ଆସନକୁ କରାାଯାଇଥାଏ।ତେବେ ଏହା ହେଉଛି ବିଶ୍ରାମର ସବୁଠାରୁ ଭଲ ଉପାୟ ,ଯାହାକି କ୍ଳାନ୍ତ,କବ୍ଜ,ପେଟରେ ଭାରି ଭାରି ଲାଗିବା,ମୁଣ୍ଡବ୍ୟଥା,ନିଦ୍ରାହୀନତା ଏବଂ ଗ୍ୟାସ୍‌ ଆଦି ସମସ୍ୟା ଠାରୁ ବ୍ୟକ୍ତିକୁ ବଞ୍ଚାଇ ଦେଇଥାଏ।ତେଣୁ ଏନେଇ ଆପଣ ସର୍ବପ୍ରଥମେ ଚଟାଣ ଉପରେ ଶଉପକୁ ବଛାଇ ଦିଅନ୍ତୁ ଏବଂ ଏହା ଉପରେ ପେଟକୁ ମାଧ୍ୟମ କରି ଶୋଇପଡ଼ନ୍ତୁ।ତେବେ ଏହାକୁ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଆପଣଙ୍କର ଦୁଇ ହାତକୁ ଆଗକୁ ରଖି,ସେଥିରେ ମୁଣ୍ଡ ରଖିବାକୁ ହେବ।ଏହାପରେ ପୁଣି ବାମ ପାଖକୁ ଲେଉଟାଇକି ଡ଼ାହାଣ ହାତକୁ ଆଗ ଆଡ଼କୁ ବଢ଼ାଇବାକୁ ପଡ଼ିବ ଏବଂ ବାମ ହାତକୁ ସିଧା କରିବାକୁ ହେବ।ଏହାପରେ ଆପଣ ଡ଼ାହାଣ ଗୋଡ଼କୁ ସିଧା ରଖି ବାମପାଦକୁ ଆଣ୍ଠୁ ଉପରେ ମାଡ଼ି ଦିଅନ୍ତୁ। ଏହାପରେ ଆପଣ ଲମ୍ବା ନିଶ୍ୱାସ ନିଅନ୍ତୁ,ଯେମିତିକି ଛୋଟ ଶିଶୁମାନେ ନେଇଥା’ନ୍ତି।ଏଥିସହିତ ଧିରେ-ଧିରେ ଆପଣ ଆପଣଙ୍କର ପ୍ରଶ୍ୱାସକୁ ଛାଡ଼ିଦିଅନ୍ତୁ।ଏହି ଉପାୟକୁ କରିଲାପରେ ଆପଣଙ୍କୁ ଧିରେଧିରେ ନିଦ ଆସିଯିବ ତ ,ଆପଣ ସିଧା ଯାଇ ଶୋଇପଡ଼ିବେ!

photo–theayurveda.org

୨-ମକରାସନ-ଏତଦ୍‌ବ୍ୟତୀତ ଆପଣ ଏହି ଆସନ କରିବା ପାଇଁ ବିଛଣା ଉପରେ ପେଟକୁ ମାଡ଼ି କରି ଶୋଇ ପଡ଼ନ୍ତୁ।ଏଥିସହିତ ଗୋଡ଼ର ପାଦଦ୍ୱୟକୁ ନିଜ ନିଜ ମଧ୍ୟରେ ମିଶାଇକି ରଖି ଦିଅନ୍ତୁ ଏବଂ ଆଣ୍ଠୁ ମଝିରେ ଫାଙ୍କା ସ୍ଥାନ ରଖନ୍ତୁ।ଏବେ ଆପଣ ଲମ୍ବା ନିଶ୍ୱାସ ନିଅନ୍ତୁ,ପୁଣି ଧିରେ-ଧିରେ ଏହାକୁ ବାହାରକୁ ମଧ୍ୟ ଛାଡ଼ନ୍ତୁ।ଏହି ମୁୂଦ୍ରାରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରୁହନ୍ତୁ।ତେବେ ଏହି ଆସନ ଦ୍ୱାରା ବ୍ୟକ୍ତି ଭାରିପଣ ଏବଂ ଉତ୍ତେଜନା ଠାରୁ ମୁକ୍ତି ପାଇଥାଏ। ଏହା ବ୍ୟକ୍ତିକୁ ନିଦ୍ରା ଯୋଗାଇବାରେ ସହାୟକ ହୋଇଥାଏ।

୩-ଶ୍ୱାସଦର୍ଶନ:-ସୁଖାସନରେ ହାତକୁ ଯୋଡ଼ିକରି ବସନ୍ତୁ।ଏହି ମୁଦ୍ରାରେ ବସିକରି ଅଂତର୍ମୁଖୀ ହେବାର ପ୍ରୟାସ କରନ୍ତୁ। ଏଥିସହିତ ଆପଣ ମଧ୍ୟ ଶ୍ୱାସର ଗତି ଉପରେ ଧ୍ୟାନ ରଖନ୍ତୁ।ତେବେ ସର୍ବପ୍ରଥମେ ଶ୍ୱାସ ନେବା ସମୟରେ‘ଓମ୍‌’ର ଉଚ୍ଚାରଣ ସ୍ୱର ବୋଲନ୍ତୁ।ଏଥିସହିତ ଆପଣ ଯେତେ ଡ଼େରି ପର୍ଯ୍ୟନ୍ତ ଆପଣଙ୍କ ଭିତରେ ଏହି ଶ୍ୱାସକୁ ରଖିବାକୁ ଚାହୁଁଛନ୍ତି ରଖିପାରନ୍ତି ମଧ୍ୟ।ଏହାସହିତ ପୁଣିଥରେ ଆପଣ ଏହି ‘ଓମ୍‌’ର ଉଚ୍ଚାରଣ କରି ଶ୍ୱାସକୁ ବାହାରକୁ ଛାଡ଼ିଦିଅନ୍ତୁ।ତେବେ ଏପରି ଆପଣଙ୍କୁ ୫ଥର କରିବାକୁ ହେବ।ଏହି ଆସନ କରିବା ଦ୍ୱାରା ବ୍ୟକ୍ତିର ନିଦ୍ରା ସୁଖଦ ହୋଇଥାଏ। ତା’ଛଡ଼ା କ୍ଳାନ୍ତି ଦୂର ହୁଏ। ଧ୍ୟାନ ଲାଗିଥାଏ ଏବଂ ମନରେ ଏକାଗ୍ରତା ଜାଗ୍ରତ ହୁଏ।

ସମ୍ବନ୍ଧିତ ଖବର