ନିଦ୍ରା ସଂପର୍କରେ ଏହି ସବୁ କଥା ଜାଣନ୍ତି କି? ଉତ୍ତମ ନିଦ୍ରାରେ ରହିଛି ଅନେକ ସମସ୍ୟାର ସମାଧାନ

ସନ୍ଥ ଦଲାଇ ଲାମାଙ୍କ କହିବା ଅନୁସାରେ ନିଦ୍ରା ହେଉଛି ଜଣେ ମଣିଷ ପାଇଁ ସର୍ବକୃଷ୍ଟ ଧ୍ୟାନ। ଉତ୍ତମ ନିଦ୍ରା ହେଉ ନ ଥିବା ବ୍ୟକ୍ତି ପାଇଁ ଯେକୌଣସି ପ୍ରକାର ଧ୍ୟାନ ମୂଲ୍ୟହୀନ। ଯଦି ଆପଣ ଅଚାନକ ଅସୁସ୍ଥ ହୋଇପଡୁଛନ୍ତି ତେବେ ଧରି ନିଅନ୍ତୁ ଯେ ତାହାର କାରଣ ନିଦ୍ରା ହୋଇଥିବାର ବହୁ ସମ୍ଭାବନା ରହିଛି। ଯଦି ଆପଣ କୌଣସି ଅସୁସ୍ଥତାରୁ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗନ୍ତି ତାହେଲେ ଆପଣଙ୍କ ନିଦ୍ରା ସମସ୍ୟା ହ୍ରାସ ପାଇଥିବ ହୁଏତ।

ନିଦ୍ରା ଏକ ପ୍ରାକୃତିକ ପ୍ରକ୍ରିୟା। ତାହାକୁ ଆମେ ଚାହିଁକରି ମଧ୍ୟ ଏଡ଼େଇ ଦେଇପାରିବା ନାହିଁ। ଏହା ହେଉଛି ଏକ ଉତ୍ତମ କାର୍ଯ୍ୟ, ଯାହା ଆପଣ ନିଜ ପାଇଁ କରିପାରନ୍ତି। ଉତ୍ତମ ନିଦ୍ରା ଆପଣଙ୍କ ଶରୀରର ବହୁ ସମସ୍ୟାକୁ ଦୂର କରିପାରେ।

ଆପଣ ନିଦ୍ରା ସଂପର୍କରେ ଆହୁରି ଏକ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁ ବ୍ୟକ୍ତି ସ୍ୱଳ୍ପ ସମୟ ପାଇ ଶୋଇ ଉଠିପଡ଼ନ୍ତି ଓ କିଛି ସମୟ ଅନ୍ତରରେ ପୁଣି ନିଦ୍ରା ଯାଆନ୍ତି ସେମାନେ ସାଧାରଣତଃ ସୃଜନଶୀଳ ହୋଇଥାନ୍ତି।

କିଛି ଲୋକ ବିଶ୍ୱାସ ରଖନ୍ତି ଯେ ଯଦି ଦିନରେ କିଛି ସମୟ ଶୋଇ ଯାଆନ୍ତି ତ ରାତିରେ ନିଦ ଆସିବ ନାହିଁ। ମାତ୍ର ଦିନରେ କିଛି ସମୟ ବିଶ୍ରାମ ନେବା ଦ୍ୱାରା ମସ୍ତିଷ୍କ ସୁସ୍ଥ ଓ ସ୍ଥିର ରହିଥାଏ, ଯାହାର ପ୍ରଭାବ ରାତି ନିାତ୍ରାରେ ବି ପକାଏ। ରାତିରେ ବି ନିଦ୍ରା ଶୀଘ୍ର ଆସିଥାଏ।

ସମ୍ବନ୍ଧିତ ଖବର