ମୁହଁ ଘୋଡ଼ାଇ ଶୋଇଲେ ଭୋଗିପାରନ୍ତି ଏସବୁ ସମସ୍ୟା !

ପ୍ରତ୍ୟେକ ଲୋକଙ୍କର ଶୋଇବା ଶୈଳୀ ଭିନ୍ନ ଭିନ୍ନ। ଆମମାନଙ୍କ ଭିତରୁ ଏମିତି କିଛି ଲୋକ ଅଛନ୍ତି,ଯେଉଁମାନେ ଅଧିକାଂଶ ରାତିରେ ଶୋଇବାବେଳେ ରେଜେଇ ଘୋଡ଼ାଇ କରି ଶୋଇଥାନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହି ବଦଭ୍ୟାସ ମୁହଁ ଢାଙ୍କି ଶୋଇବା କେତେକଙ୍କୁ ଆରାମଦାୟକ ମନେ ହୋଇଥାଏ। କିନ୍ତୁ ଯେଉଁମାନଙ୍କର ଆଜ୍‌ମା ଓ ହୃଦ୍‌ରୋଗ ଭଳି ସମସ୍ୟା ଅଛି,ସେମାନେ ଆଦୌ ମୁହଁ ଘୋଡ଼ାଇ ଶୋଇବା ଅନୁଚିତ। ମୁହଁ ଘୋଡ଼ାଇ ଶୋଇଲେ ଓଭର ହିଟିଂ ହେତୁ ଅନିଦ୍ରାର ସମସ୍ୟା ଉପୁଜିପାରେ। ତା’ ଛଡ଼ା ମୁଣ୍ଡ ବୁଲେଇବା,ମାଂସପେଶୀ ଟାଇଟ୍‌ ହେବା ଭଳି ସମସ୍ୟା ବି ଦେଖା ଦେଇପାରେ।

ଏକ ଗବେଷଣାରୁ ଜଣାଯାଇଛି ଯେ, ମୁହଁ ଘୋଡ଼ାଇ ଶୋଇଲେ ମସ୍ତିଷ୍କର ବି କ୍ଷତି ହୋଇଥାଏ। ଶୋଇବା ସମୟରେ ମୁହଁ ଘୋଡ଼ାଇ ରଖିଲେ ଅମ୍ଳଜାନ ପୂର୍ତ୍ତି ବାଧକ ହୋଇଥାଏ। ଏହା ଫଳରେ ଅଲଜାଇମର୍‌ ଓ ଡିମେନ୍‌ସିୟା ଆଦି ରୋଗ ହେବାର ବି ଆଶଙ୍କା ଉପୁଜିଥାଏ। ଏଣୁ ଶୋଇବା ସମୟରେ ମୁହଁ ଘୋଡ଼ାଇବା ଅନୁଚିତ। ଏହା ମୋଟାପାର ଏକ କାରଣ ବୋଲି ବି କୁହାଯାଇଥାଏ।

ସମ୍ବନ୍ଧିତ ଖବର