ବୟସ୍କଙ୍କ ପାଇଁ ଖୁସି ଖବର : ଖରାବେଳେ ଶୋଇଲେ ବଢ଼ିବ ସ୍ମରଣ ଶକ୍ତି

ନୂଆଦିଲ୍ଲୀ : ଏହି ଖବରଟି ଖାସ କରି ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରେ । ସାଧାରଣତଃ ଦେଖାଯାଇଥାଏ ବୟସ ବଢ଼ିବା ସହ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ଧୀରେ ଧୀରେ କମ୍‌ ହେବାରେ ଲାଗିଥାଏ । ଏଥିପାଇଁ ଅନେକ ସମୟରେ କିଛି ବୃଦ୍ଧ ବ୍ୟକ୍ତି ବହୁତ ଦରକାରୀ ଜିନିଷ ଭୁଲି ଯାଇଥାନ୍ତି । ଏବେ ଏହି ଅସୁବିଧାର ସମାଧାନ ଏକ ଗବେଷଣାରୁ ଜଣାପଡ଼ିଛି । ଗବେଷଣାରୁ ପ୍ରମାଣିତ ହୋଇଛି, ଦ୍ୱିପହରରେ କିଛି ସମୟ ଶୋଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିବା ସହ ଚିନ୍ତା କରିବା ଏବଂ ନିର୍ଣ୍ଣୟ ନେବା କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

Medical News Today

ବ୍ରିଟେନର ଜୋନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟରେ ୬୦-୬୫ ବର୍ଷ ବୟସର ୩୦୦୦ ବରିଷ୍ଠ ନାଗରିକଙ୍କୁ ନେଇ ନିକଟରେ ଏକ ଗବେଷଣା କରାଯାଇଥିଲା । ସେମାନଙ୍କୁ ଦ୍ୱିପହରରେ ଖାଇବା ପରେ ୩୦ରୁ ୯୦ ମିନିଟ ପର୍ଯ୍ୟନ୍ତ ଶୋଇବା ପାଇଁ କୁହାଯାଇଥିଲା । ଏହା ପରେ ବିଶ୍ରାମ ନେଇଥିବା ବ୍ୟକ୍ତି ଓ ବିଶ୍ରାମ ନେଉ ନ ଥିବା ବ୍ୟକ୍ତିଙ୍କ ଭିତରେ ତୁଳନା କରାଯାଇ ଥିଲା। ଦେଖା ଯାଇଥିଲା କି ଖରାବେଳେ ଶୋଇଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ଅଧିକ ତୀବ୍ର ରହିଛି । ଏଣୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଶୋଇବା ପାଇଁ ସମୟ ମିଳୁ ନ ଥିଲେ ମଧ୍ୟ ମସ୍ତିଷ୍କକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ କିଛି ସମୟ ନିଦ୍ରା ନିହାତି ଭାବେ ଆବଶ୍ୟକ ।

ସମ୍ବନ୍ଧିତ ଖବର