ଆଜିକାଲି ଅଧିକରୁ ଅଧିକାଂଶ ଲୋକଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ନିଦ ହେଉନାହିଁ। ଶୀଘ୍ର ବିଛଣା ଧରିଲେ ମଧ୍ୟ କୌଣସି ନା କୌଣସି କାରଣରୁ ନିଦ ହୋଇ ନଥାଏ। ଏହି ନିଦ ନହେବା ବେମାରୀ ଅଳ୍ପ ବହୁତ ପ୍ରାୟ ସମସ୍ତଙ୍କ ମଧ୍ୟରେ ରହିଛି। କାହିଁକି ରାତିରେ ନିଦ ହୋଇନଥାଏ ବୋଲି ମାନସିକ ଚିକିତ୍ସକମାନେ ନାନା ମତ ରଖିଛନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ କାରଣରୁ ନିଦ ହୋଇନଥାଏ।
ଅତି ଉଚ୍ଚ ଅଭିଳାଷ ରଖିଥିବା ବ୍ୟକ୍ତିଙ୍କୁ ରାତିରେ ନିଦ ହୋଇନଥାଏ। କଳେବଳେକୌଶଳେ ସେମାନେ ସେମାନଙ୍କର ଲକ୍ଷ୍ୟ ସାଧିତ କରିବାକୁ ଚାହାଁନ୍ତି। ବଡ଼ ବଡ଼ ସ୍ୱପ୍ନ ନିଦ ନହେବାର କାରଣ ହୋଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି।
/sambad/media/post_attachments/wp-content/uploads/2018/02/Switch-Your-Sleep-Positions-to-Ease-Back-Pain-722x406-300x169.jpg)
ଉଚ୍ଚ ଅଭିଳାଷୀଙ୍କ ପରି ଯନ୍ତ୍ରଣାରେ ବୁଡ଼ି ରହିଥିବା ବ୍ୟକ୍ତି ବି ରାତିରେ ଶୋଇପାରନ୍ତି ନାହିଁ। ଚିନ୍ତାଗ୍ରସ୍ତ ବ୍ୟକ୍ତି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚିନ୍ତା ମଗ୍ନ ରହୁଥିବା ହେତୁ ସହଜରେ ନିଦ ହୋଇ ନଥାଏ।
ଭୟାଳୁ ଲୋକଙ୍କୁ ବି ରାତିରେ ନିଦ ହୁଏ ନାହିଁ। ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଚିନ୍ତା କରୁ କରୁ ସେମାନଙ୍କ ନିଦ ଦୂରେଇ ଯାଇଥାଏ।
ଆଗକୁ କୌଣସି ଉତ୍ସବ ଥିଲେ ବି ଉତ୍ସୁକତା ହେତୁ କେହି କେହି ଶୋଇପାରିନଥାନ୍ତି। ନୂଆ ଲୋକଙ୍କ ସହ ମିଶିବା, ନୂଆ ଭାବରେ ନିଜକୁ ସଜାଇବା ପାଇଁ ଚିନ୍ତା କରି କରି ଅନେକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶୋଇପାରନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/20171011173816901-1.jpg)