ନୂଆଦିଲ୍ଲୀ: ଗତକାଲି ଥିଲା ବିଶ୍ୱ ନିଦ୍ରା ଦିବସ | ଆମ ଶରୀର ପାଇଁ ନିଦ୍ରାର ବହୁତ ଗୁରୁତ୍ୱ ରହିଛି | ତେବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବିଳମ୍ବିତ ରାତି ଯାଏଁ ବିଛଣାରେ ଏକଡସେକଡ ହେଉଥିଲେ ବି ନିଦ ଆସିନଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବାଟ କହିବୁ ଯାହା ଦ୍ୱାରା ମାତ୍ର ୨ ମିନିଟ ମଧ୍ୟରେ ନିଦ ଆସିଯିବ | ବଡ କଥା ଯେ ଏହି ଉପାୟକୁ ସେନାରେ ମୁତୟନ ଯବାନମାନେ ଆପଣାଇଥାନ୍ତି | ଆମେରିକା ସେନା ଏହି ବାଟକୁ ଆପଣାଇଥାଏ |

Advertisment

କାରଣ ଆମେରିକା ସେନା ବିଚାର କରେ ଯେ ଜଣେ ସୈନିକ ପର୍ଯ୍ୟାପ୍ତ ସମୟ ଶୋଇବା ଦ୍ୱାରା ହିଁ ସୁସ୍ଥ ରହିପାରିବ | କୁହାଯାଏ ଯେ ଆମେରିକା ସେନା ପକ୍ଷରୁ ଏହି ଉପାୟ ସୃଷ୍ଟି କରିବା ପଛରେ ବଡ କାରଣ ଥିଲା ଯେ, ଯେଭଳି କୌଣସି ସୈନିକ ଅନିଦ୍ରା ରହିବା ଯୋଗୁଁ କୌଣସି ଭୁଲ ନ କରିବସନ୍ତି | 'ରିଲାକ୍ସ ଆଣ୍ଡ ଉଇନ; ଚମ୍ପିୟାନ ପରଫରମାନ୍ସ' ପୁସ୍ତକରେ ନିଦ ଆସିବାର ଉପାୟ ବାବଦରେ ଲେଖାଯାଇଛି | ଯାହାକୁ ଆମେରିକାର ଯବାନମାନେ ଅନୁସରଣ କରନ୍ତି |

ନିଦ ଆସିବାର ଉପାୟ
ବିଛଣାକୁ ଯିବା ପୂର୍ବରୁ ଆପଣ ରିଲାକ୍ସ ହୋଇଯାଆନ୍ତୁ | ଶରୀରର ପାଦ,ପିଠି ଓ କାନ୍ଧରେ ହାଲୁକା ବ୍ୟାୟାମ କରନ୍ତୁ | ହାତକୁ ଉପର-ତଳ କରନ୍ତୁ | ଏହା ପରେ ୧୦ ସେକେଣ୍ଡ ଯାଏଁ ମୁଣ୍ଡରୁ ସମସ୍ତ ଚିନ୍ତା ହଟାଇବାକୁ ଚେଷ୍ଟା କରନ୍ତୁ | ଆପଣ ଏକ ଝରଣା କୂଳରେ ଶୋଇଛନ୍ତି ଓ ଉପରେ ନୀଳ ଆକାଶ କଥା ଭବନ୍ତୁ | ଆଉ ଆପଣଙ୍କୁ ନିଦ ଆସିଯିବ | ୬ ସପ୍ତାହ ଯାଏଁ ଏଭଳି ଅଭ୍ୟାସ କରିବା ପରେ ଆପଣଙ୍କୁ ମାତ୍ର ୨ ମିନିଟରେ ନିଦ ଆସିଯିବ | ଆଉ ଗବେଷଣାରୁ ଜଣାପଡିଛି ଯେ ୯୬ ପ୍ରତିଶତଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି |