ବିନା ବସ୍ତ୍ରରେ ବିଶ୍ରାମ: ଓଜନ କମିବ, ମାନସିକ ଚାପ ଦୂରେଇଯିବ

ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ବିନା କପଡ଼ାରେ କିପରି ରହିପାରିବେ? ମାତ୍ର ବିନା କପଡ଼ାରେ ରହିବା ଦ୍ୱାରା ଅନେକ ଫାଇଦା ମିଳିବ ବୋଲି ଜାଣିବା ପରେ କ’ଣ ଆପଣ ଚେଷ୍ଟା କରିବେନି କି କଥାଟିକୁ କାର୍ଯ୍ୟକାରୀ କରିବାକୁ? ଏକଥା ଜାଣିବା ପରେ ନିଜ ମୁତାବକ ଏହି କଥାକୁ କାର୍ଯ୍ୟରେ ଲଗାଇବାକୁ ଆପଣ ନିଶ୍ଚୟ ଚାହିଁବେ। ତେବେ, ଚାଲନ୍ତୁ ଜାଣିବା ଯେତେ ବେଶି ସମୟ ବିନା କପଡ଼ାରେ ରହିଲେ କି କି ଫାଇଦା ସବୁ ମିଳିଥାଏ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ ଯେ ଆପଣ ଯେତେ ବେଶି ସମୟ ବିନା କପଡ଼ାରେ ବିତାଇବେ ଓଜନ ହ୍ରାସ ପାଇଁ ଏହା ସେତେ ଫଳପ୍ରଦ। ପତଳା ଦେହ, ସରୁ ଅଣ୍ଟାର ଅଭିଳାଷ କାହାର ବା ନାହିଁ? ଆପଣ ବି ଯଦି ନିଜର ଶରୀରକୁ ଫିଟ୍‌ ରଖିବାକୁ ଚାହାନ୍ତି ତେବେ ସମ୍ଭବ ହେଉଥିଲେ ରାତିରେ ବିନା କପଡ଼ାରେ ଶୋଇବାକୁ ଚେଷ୍ଟା କରନ୍ତୁ। ବିନା କପଡ଼ାରେ ଶୋଇବା ଦ୍ୱାରା ଶରୀର ତାପମାତ୍ର ଟିକେ କମ୍‌ ରହିଥାଏ। କମ୍‌ ତାପମାତ୍ରା ହେତୁ ଶରୀରରୁ ଏକ ଏପରି ହର୍‌ମୋନ୍‌ ନିର୍ଗତ ହୁଏ, ଯାହାକି ଓଜନ ହ୍ରାସ ଘଟାଇବାରେ ସହାୟକ ହୁଏ।

 

ବିଶେଷ କରି କୁନି ପିଲାଙ୍କର ଜନନୀମାନେ ରାତିରେ ବିନା କପଡ଼ାରେ ଶୋଇବା ଉଚିତ୍‌। ଫଳରେ ପିଲାମାନେ ଖାଇବା ସମୟରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବିନା କୌଣସି ଅସୁବିଧାରେ କ୍ଷୀର ପାନ କରିବା ଶିଶୁଙ୍କ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍‌ ଦରକାରୀ ହୋଇଥାଏ।

ସବୁବେଳେ ଶରୀରରେ କପଡ଼ା ରହିବା ଦ୍ୱାରା ଝାଳ ଓ ମଳି ଜମା ବାନ୍ଧିି ବେଳେ ବେଳେ ଚର୍ମ ରୋଗର କାରଣ ହୋଇଥାଏ। ବେଳେ ବେଳେ ଶରୀରକୁ ଖାଲି ଛାଡ଼ିବା ଦ୍ୱାରା ଭଲ ଭାବେ ପବନର ସଂସ୍ପର୍ଶ ଆସିବାରୁ ଚର୍ମ ରୋଗର ଆଶଙ୍କା କମ୍‌ ହୋଇଥାଏ। ବିଶେଷ କରି କୁଣ୍ଡେଇ ହେବା ସମସ୍ୟା ହୋଇ ନ ଥାଏ।

ଖାଲି ସେତିକି ନୁହେଁ, ଖାଲି ଦେହରେ ଶୋଇବା ଦ୍ୱାରା ମାନସିକ ଚାପ କମ୍‌ ଅନୁଭୂତ ହୋଇଥାଏ। ଶରୀରକୁ ଆରାମ ଲାଗିଥାଏ। ନିଜର ଆତ୍ମବିଶ୍ୱାସ ବଢ଼ାଇଥାଏ। ଶରୀରର ତାପମାତ୍ରା କମ୍‌ ରହିବା ତେଣୁ ଉତ୍ତମ ନିଦ୍ରା ହୋଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର