ସାଧାରଣତଃ ଖାଇବା ପରେ ଅନେକ ଲୋକଙ୍କୁ ନିଦ ମାଡିଥାଏ । ଲଞ୍ଚ ବା ଡିନର କରିବା ପରେ ଏତେ ନିଦ କେଉଁଠୁ ଆସେ କେଜାଣି, ମନ ଚାହେଁ ଶୋଇ ପଡିବାକୁ । କୌଣସି କାମରେ ମନ ଲାଗେ ନାହିଁ । କେତେକ ଲୋକ ଲଞ୍ଚ ପରେ ଅଫିସରେ ଚେୟାର ଉପରେ ଶୋଇ ଯାଆନ୍ତି ତ ଆଉ କେତେକ ଲୋକ ଘରେ ଖଟରେ ସାଙ୍ଗେସାଙ୍ଗେ ଗଡ଼ିଯାନ୍ତି । ତେବେ ଜାଣନ୍ତି କାହିଁକି ମଧ୍ୟାହ୍ନ ଭୋଜନ ପରେ ନିଦ ମାଡେ?

ପନିର୍, ଛେନା, ସାମୁଦ୍ରିକ ଖାଦ୍ୟ ଡାଲି ଆଦି ଖାଦ୍ୟ ଖାଇଲେ, ଖାଇବା ପରେ ତତକ୍ଷଣାତ୍ ନିଦ ମାଡ଼ି ଆସେ । ଏ ସବୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରର ଶିରା ପ୍ରଶିରା କମ୍ ସକ୍ରିୟ ହୋଇଥାଏ ଓ ଧୀରେ ଧୀରେ ନିଦ ଆମକୁ କବଳିତ କରିଥାଏ । ଖାଦ୍ୟ ଗ୍ରହଣ ପରେ ଯେତେବେଳେ ହଜମ କ୍ରିୟା ଆରମ୍ଭ ହୁଏ, ସେତେବେଳେ ଆମର ପେଟକୁ ଅଧିିକ ରକ୍ତର ଆବଶ୍ୟକତା ପଡ଼େ । ହୃଦୟରୁ ଯେଉଁ ରକ୍ତ ଆସିଥାଏ, ତାହାର ୨୮ ପ୍ରତିଶତ ଯକୃତକୁ , ୨୪ ପ୍ରତିଶତ ଫୁସଫୁସକୁ,୧୫ ପ୍ରତିଶତ ମାଂସପେଶୀକୁ, ୧୪ ପ୍ରତିଶତ ମସ୍ତିଷ୍କକୁ ଓ ୧୯ ପ୍ରତିଶତ ଶରୀରର ଅବଶିଷ୍ଟ ଅଙ୍ଗକୁ ଯାଇଥାଏ । ଖାଦ୍ୟ ଗ୍ରହଣ ସମୟରେ ମସ୍ତିଷ୍କରେ ରକ୍ତର ମାତ୍ରା କମ୍ ହୋଇ ଯାଇଥାଏ, ଯେଉଁ କାରଣରୁ ବ୍ୟକ୍ତିକୁ ନିଦ ମାଡ଼ିଥାଏ । ମସ୍ତିଷ୍କ କାର୍ଯ୍ୟକ୍ଷମ ରହିବା ପାଇଁ ଅଧିକ ମାତ୍ରାରେ ଶକ୍ତିର ଆବଶ୍ୟକତା ରହିଛି । କିନ୍ତୁ ମଧ୍ୟାହ୍ନ ଭୋଜନ ସମୟରେ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇଲେ ମସ୍ତିଷ୍କକୁ ଆବଶ୍ୟକୀୟ ଶକ୍ତି ମିଳି ନଥାଏ ।
ଯଦି ଭୋଜନରେ ବେଶି ମିଠା ଜିନିଷ ଖାଉଥାଉ , ତେବେ ଅନ୍ତ୍ୟାଶୟ ଇନସୁଲିନ୍ର ଉତ୍ପାଦନ କରିଥାଏ । ଏହା ରକ୍ତରେ ମିଶିଯାଏ । ଟ୍ରିପଟୋଫନ ହେଉଛି ମସ୍ତିଷ୍କରେ ଥିବା ଏକ ଅମ୍ଳ ଯାହା ପାଚନ କାର୍ଯ୍ୟକୁ କ୍ଷିପ୍ର କରିଥାଏ । । ଏହାର କାର୍ଯ୍ୟ କ୍ଷିପ୍ର ହେବା କାରଣରୁ ମଧ୍ୟାହ୍ନ ଭୋଜନ ପରେ ନିଦ ମାଡ଼େ ବୋଲି କୁହାଯାଇଛି ।