ସୁନିଦ୍ରା ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଜରୁରୀ। ଆବଶ୍ୟତକାଠାରୁ କମ୍ କିଂବା ଅଧିକ ସମୟର ନିଦ୍ରା, ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ। ଛଅ ଘଣ୍ଟାରୁ କମ୍ କିଂବା ନଅ ଘଣ୍ଟାରୁ ଅଧିକ ଶୋଉଥିବା ପୁରୁଷଙ୍କ କ୍ଷେତ୍ରରେ ପ୍ରଜନନ କ୍ଷମତା ବୟାଳିଶ ପ୍ରତିଶତ କମିଯାଏ। ନିଦ୍ରା ପ୍ରଭାବିତ ହେବାର ଏକ ମୁଖ୍ୟ କାରଣ ଘୁଙ୍ଗୁଡ଼ି। ଏହା ପୁରୁଷର ବନ୍ଧ୍ୟା ଦୋଷ ସମସ୍ୟା ବଢ଼ାଏ। କାରଣ ଶୋଇବା ସମୟରେ ପ୍ରଜନନ ଶକ୍ତି ବଢ଼ାଉଥିବା ହର୍ମୋନ୍ ଟେଷ୍ଟୋଷ୍ଟ୍ରୋନ୍ ତିଆରି ହୁଏ; ଆଉ ଠିକ୍ ଭାବେ ନିଦ୍ରା ନ ହେଲେ ତାହା ଉତ୍ପନ୍ନ ହୋଇପାରେନାହିଁ କିଂବା ହ୍ରାସ ପାଏ। ଘୁଙ୍ଗୁଡ଼ି ସମସ୍ୟା ମଧ୍ୟ ହୃଦ୍ରୋଗର ଏକ କାରଣ।
/sambad/media/post_attachments/wp-content/uploads/2018/03/images-4-1.jpg)
ଅଧିକ ତଥା ଗୁଣବତ୍ତାଯୁକ୍ତ ଶୁକ୍ରାଣୁ ଉପରେ ପୁରୁଷଙ୍କ ପ୍ରଜନନ କ୍ଷମତା ନିର୍ଭର କରେ। ତିନି ସପ୍ତାହରୁ ଅଧିକ ସମୟ ଧରି କମ୍ ଶୋଉଥିବା ପୁୁରୁଷଙ୍କଠାରେ ଶୁକ୍ରାଣୁ ପରିମାଣ ଧୀରେଧୀରେ କମିଯାଏ। ଅଧିକ ଓଜନ, ମଦ୍ୟପାନ, ଧୂମପାନ, ଆଲର୍ଜି ଆଦି ଏହାର କାରଣ। ଏଥି ପ୍ରତି ସଚେତନ ରହନ୍ତୁ। ସାତରୁ ନଅ ଘଣ୍ଟା ପର୍ଯ୍ୟନ୍ତ ଆରାମରେ ଶୁଅନ୍ତୁ। ଉଚ୍ଚ କାଲୋରିଯୁକ୍ତ ଆହାର ଉପରେ ଧ୍ୟାନ ରଖନ୍ତୁ। ସତେଜ ଫଳ ଖାଆନ୍ତୁ ଓ ଖାଦ୍ୟରେ ସବୁଜ ପନି-ପରିବା ପରିମାଣ ବଢ଼ାନ୍ତୁ। ପ୍ରଜନନ କ୍ଷମତାରେ ଉନ୍ନତି ଆସିବ। ପୁରୁଷଙ୍କ ବନ୍ଧ୍ୟାତ୍ୱ ଦୂର ପାଇଁ ଯୌନ-ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ବି ଜରୁରୀ। କାରଣ ଯୌନ ସମସ୍ୟା ନ ଥାଇ ମଧ୍ୟ ଏ ପରି ସମସ୍ୟା ଉପୁଜିଥାଏ।
-ଡା. ଲିପ୍ସା ମିଶ୍ର,
ସ୍ତ୍ରୀରୋଗ ଓ ଆଇଭିଏଫ୍ ବିଶେଷଜ୍ଞ, ଭୁବନେଶ୍ୱର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/images-3-6.jpg)