ଆପଣଙ୍କର ପ୍ରେମିକା ବା ପତ୍ନୀ ଏଭଳି ମୁଦ୍ରାରେ ନିଦ୍ରା ଯାଉଛନ୍ତି କି, ଜାଣନ୍ତୁ ସେ କ’ଣ ଚାହୁଁଛନ୍ତି

ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କର ପ୍ରେମିକା ବା ପତ୍ନୀ ଆପଣଙ୍କ ଠାରୁ କିଭଳି ଆଶା ରଖନ୍ତି, ତେବେ ତାଙ୍କର ଶୋଇବାର ମୁଦ୍ରାକୁ ଲକ୍ଷ୍ୟ କରନ୍ତୁ । କାରଣ ଯୁବତୀମାନଙ୍କର ଶୟନ ସ୍ଥିତିରୁ ହିଁ ଜଣାପଡ଼େ ଯେ ସେ କେଉଁଭଳି ଗୁଣ ଥିବା ପତି ବା ପ୍ରେମିକ ଆବଶ୍ୟକ ବୋଲି ମନେ କରନ୍ତି । ଆସନ୍ତୁ ଜାଣିବା ଶୟନ ସ୍ଥିତିକୁ ନେଇ ଯୁବତୀଙ୍କ ମନର କଥା ।

ଯେଉଁ ଯୁବତୀ ବିପରୀତ ଭାବେ ଶୋଇଥାଆନ୍ତି, ସେ ଖୁବ୍‌ ଡିମାଣ୍ଡିଂ ସ୍ୱଭାବର । ଏହି ଯୁବତୀ ସବୁବେଳେ ଚାହଁନ୍ତି ନିଜର ଚାହିଦା ପୂରଣ ହେଉ । ତାଙ୍କୁ ସରପ୍ରାଇଜ୍‌ ଦେଉଥିବା ପୁଅ ଖୁବ୍‌ ପସନ୍ଦ ।

photo-youtube

ଯେଉଁ ଯୁବତୀ କଡ଼ ନ ଲେଉଟାଇ ଉପରକୁ ମୁହଁ କରି ଶୋଇଥାଆନ୍ତି, ସେମାନେ ସ୍ୱଭାବତଃ ବେଶ୍‌ ସନ୍ତୁଳିତ । ଏହି ଯୁବତୀ ଜୀବନରେ ଦବଙ୍ଗ ଶୈଳୀର  ଯୁବକଙ୍କୁ ପସନ୍ଦ କରନ୍ତି । କିନ୍ତୁ ବାମ ପଟ ମାଡ଼ି ଶୋଉଥିବା ଯୁବତୀ ଜୀବନରେ ପରିବର୍ତ୍ତନ ଚାହାଁନ୍ତି । ଏଥିପାଇଁ ନେତୃତ୍ୱ କ୍ଷମତା ଥିବା ଯୁବକ ଏମାନଙ୍କର ପ୍ରଥମ ପସନ୍ଦ ।

ଯେଉଁ ଯୁବତୀ ତକିଆ ଉପରେ ହାତ ଦେଇ ଶୋଇ ଥାଆନ୍ତି , ସେ ଗମ୍ଭୀର ସ୍ୱଭାବ ବୋଲି ଧରି ନିଅନ୍ତୁ, ଏହି ଯୁବତୀ ଶୀଘ୍ର ଅନ୍ୟ ଉପରେ ବିଶ୍ୱାସ କରି ଥାଆନ୍ତି । ସେ ଅନେକ ସମୟରେ ଧୋକା ଖାଇଥାଆନ୍ତି । ଅପରପକ୍ଷରେ ଯେଉଁ ଯୁବତୀ ପେଟ ମାଡ଼ି ଶୋଇ ଥାଆନ୍ତି, ସେ ଚଞ୍ଚଳ ସ୍ୱଭାବର । ଯେଉଁ ଯୁବକ ଖୁବ୍‌ କେଆରିଂ ଓ ତାଙ୍କୁ ଅଧିକ ସମୟ ଦେଉଥିବେ, ସେ ତାଙ୍କର ପସନ୍ଦ ।

photo-amarujala.com

କେତେକ ଯୁବତୀ ଶୋଇବା ବେଳେ ଚାଦର ଘୋଡାଇଥାଆନ୍ତି । ଯେଉଁମାନେ ଏଭଳି ଅଭ୍ୟସ୍ତ, ସେମାନେ ପରିବାରର ନିୟମ ମାନି ଚଳିଥାଆନ୍ତି। ଏହି ଧରଣର ଯୁବତୀମାନେ ସାଧାରଣ ଯୁବକମାନଙ୍କୁ ପସନ୍ଦ କରିଥାଆନ୍ତି । ସେମାନେ ଯୁବକଙ୍କଠାରୁ ବିଶେଷ କିଛି ଆଶା ରଖନ୍ତି ନାହିଁ । ନିଜ ମୁଣ୍ଡରେ ହାତ ଦେଇ ଶୋଉଥିବା ଯୁବତୀମାନେ ପରିବାରର ସୁଖ ସୁବିଧାକୁ ସବୁଠୁଁ ବେଶୀ ଗୁରୁତ୍ୱ ଦେଇଥାଆନ୍ତି । ଏମାନଙ୍କୁ ସ୍ମାର୍ଟ ଯୁବକ ପସନ୍ଦ।

ସମ୍ବନ୍ଧିତ ଖବର