ନୂଆଦିଲ୍ଲୀ: ଅନେକ ଲୋକ ପିଲାମାନଙ୍କ ଶୋଇବା ଅଭ୍ୟାସକୁ ନେଇ ଅସୁବିଧାରେ ପଡ଼ନ୍ତି | ଶିଶୁମାନଙ୍କୁ ପ୍ରତ୍ୟେକ ଉପାୟରେ ଶୁଆଇବାକୁ ଚେଷ୍ଟା କରନ୍ତି କିନ୍ତୁ ପିଲାମାନେ ଶୋଇନଥାନ୍ତି | ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଚିନ୍ତିତ ଅଛନ୍ତି, ତେବେ କିଛି ଟିପ୍ସକୁ ଆପଣେଇଲେ ଆପଣଙ୍କ ଶିଶୁ ମଧ୍ୟ ତୁରନ୍ତ ଶୋଇପଡିବ | ତେବେ ପିଲାମାନଙ୍କୁ ଶୁଆଇବାବେଳେ ଗୋଟିଏ କଥା ଆପଣଙ୍କୁ ମନେ ରଖିବାକୁ ହେବ ଯେ ପିଲାମାନଙ୍କୁ ଶୋଇବାକୁ ବାଧ୍ୟ କରନ୍ତୁ ନାହିଁ କାରଣ ଏହା ପିଲାମାନଙ୍କୁ ବିରକ୍ତ କରିପାରେ |

Advertisment

ଟିପ୍ସ-୧: ଯଦି ଆପଣ ପିଲାମାନଙ୍କ ସମୟସାରଣୀ ବା ସିଡ୍ୟୁଲ ଠିକ ରଖନ୍ତି, ତେବେ ଏହାଦ୍ୱାରା ପିଲାମାନେ ଶୀଘ୍ର ଶୋଇପଡ଼ିଥାନ୍ତି | ପିଲାମାନଙ୍କର ବିକାଶ ପାଇଁ ଖେଳିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ | ପିଲାମାନେ ବାହାରେ ଖେଳିବା ଦ୍ୱାରା କ୍ଳାନ୍ତ ହୁଅନ୍ତି, ଯେଉଁ କାରଣରୁ ସେମାନେ ନିଦ୍ରା ଅନୁଭବ କରନ୍ତି, ତେଣୁ ପିଲାମାନଙ୍କୁ ଖେଳିବାକୁ ବାହାରକୁ ନେଇଯାଆନ୍ତୁ |

ଟିପ୍ସ-୨: ପିଲାମାନଙ୍କୁ ଶୁଆଇବାର ପୁରାତନ ଉପାୟ ହେଉଛି ସେମାନଙ୍କୁ ଭଲ କାହାଣୀ କହିବା | ଏହା ପିଲାମାନଙ୍କୁ ଖୁସି କରାଇବା ସହ ସେମାନେ ଆନନ୍ଦରେ ଶୋଇପଡନ୍ତି | ସେହିପରି ପିଲାମାନେ ରାତିରେ ହଠାତ ଶୁଅନ୍ତି ନାହିଁ, ତେଣୁ ତାଙ୍କ ସହ ଅଳ୍ପ ସମୟ ଖେଳନ୍ତୁ | ଯାହାକି ପିଲାମାନଙ୍କୁ ଶୋଇବାରେ ସାହାଯ୍ୟ କରିବ |

ଟିପ୍ସ-୩: ପିଲାମାନଙ୍କୁ କିଛି ସମୟ ଦିଅନ୍ତୁ | ବେଳେବେଳେ ଶୋଇବାକୁ ସମୟ ମଧ୍ୟ ଲାଗିପାରେ, ତେଣୁ ପିଲାମାନଙ୍କୁ ଗାଳି ଦିଅନ୍ତୁ ନାହିଁ ଯେତେବେଳେ ପିଲାମାନେ ପୁଷ୍ଟିକର ଖାଦ୍ୟ ଖାଆନ୍ତି, ସେମାନଙ୍କୁ ଭଲ ନିଦ ହୁଏ | ବିଶେଷ କରି ରାତିରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ସହ କ୍ଷୀର ପିଇବାକୁ ଦିଅନ୍ତୁ |

ଟିପ୍ସ-୪: ଶିଶୁର ମୁଣ୍ଡକୁ ଧୀରେ ଧୀରେ ମାଲିସ୍ କରନ୍ତୁ | ପିଲାମାନଙ୍କର ମୁଣ୍ଡକୁ ଧୀରେ ଧୀରେ ମାଲିସ କରିବା ଦ୍ୱାରା ସେମାନଙ୍କୁ ଭଲ ଭାବେ ନିଦ ଆସିଯାଇଥାଏ |