ଅନେକ ଲୋକ ଶୋଇବା ସମୟରେ ଏଭଳି କାମ କରିଥାନ୍ତି ଯାହାକୁ ନେଇ କ’ଣ ଆପଣଙ୍କୁ ବି ଅନ୍ୟମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡ଼ିଥାଏ । ହେଲେ ଆପଣ ଯେତେ ଯାହା କଲେ ବି ସେଥିରୁ ମୁକୁଳି ପାରି ନ ଥାନ୍ତି। ଜାଣନ୍ତି ସେହି ସମସ୍ୟାଟି କ’ଣ ? ତାହା ହେଲା ଘୁଙ୍ଗୁଡ଼ି ସମସ୍ୟା । ଏଥିପାଇଁ ଆପଣଙ୍କ ଘରଲୋକେ ଆପଣଙ୍କ ଉପରେ ଚିଡ଼ିଚିଡ଼ି ହେବା ସହ ବହୁତ ଅଭ୍ୟାସ ପରେ ବି ଏହି ସମସ୍ୟାଟି ଆପଣଙ୍କର ପିଛା ଛାଡ଼ୁନି!ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆସନ୍ତୁ ଜାଣିବା କେମିତି ସହଜରେ ଏଥିରୁ ରକ୍ଷା ପାଇବେ ।
ଶୋଇବା ପୂର୍ବରୁ କେବେବି କରନ୍ତୁ ନି ମାଦକ ଦ୍ରବ୍ୟର ସେବନ:ସାଧାରଣତଃ କୌଣସି ଏକ କଷ୍ଟ ନିବାରକ ଔଷଧ ଭଳି ମଦ ମଧ୍ୟ ଶରୀରର ମାଂସପେଶୀକୁ ସୁଦୃଢ଼ କରି ରଖିବାରେ କମ୍ କରିଥାଏ ଏବଂ ତାହାକୁ ବିସ୍ତାର କରିଦିଏ। ଏଥିସହିତ ବହୁତ ଥର ବ୍ୟକ୍ତି ଅଧିକ ମାତ୍ରାରେ ମାଦକ ଦ୍ରବ୍ୟର ସେବନ କରିଥାଏ,ଯାହାଫଳରେ କି ବ୍ୟକ୍ତି ଗଳାର ମାଂସପେଶୀ ଅଧିକ ମାତ୍ରାରେ ବଢ଼ିଯାଇଥାଏ, ଯେଉଁ କାରଣକୁ ନେଇ ବ୍ୟକ୍ତି ଶୋଇଲା ପରେ ପରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଥାଏ, ଯାହାକି ତାଙ୍କ ଆଖ ପାଖରେ ଶୋଇ ରହିଥିବା ବ୍ୟକ୍ତିକୁ ଚିନ୍ତିତ କରି ପକାଏ। ତେଣୁ ଆପଣ କେବେ ବି ଶୋଇବା ପୂର୍ବରୁ ମାଦକ ଦ୍ରବ୍ୟକୁ ସେବନକୁ ଆଦୌ ହିଁ କରନ୍ତୁ ନାହିଁ।
ଧୂମ୍ରପାନର ସେବନ କରିବା ଠାରୁ ଦୂରେଇ ରୁହନ୍ତୁ:ତେବେ ଧୂମ୍ରପାନର ସେବନ ଯୋଗୁଁ ,ଏହା ବ୍ୟକ୍ତିର ଫୁସ୍ଫୁସ୍ ଉପରେ ତାହାର ସିଧାସଳଖ ପ୍ରଭାବକୁ ପକାଇଥାଏ। ତେବେ କେବେ କେବେ ମଧ୍ୟ ଧୂମ୍ରପାନ କରୁଥିବା ବ୍ୟକ୍ତିକୁ ଶୋଇବା ସମୟରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହୁଏ। ଯେଉଁ ପରିସ୍ଥିତିକୁ କି ‘ସ୍ଲିପ୍ ଏପ୍ରୀୟା ବା ନିଦ୍ରା ଆଶ୍ୱସନା ବୋଲି କୁହାଯାଇଥାଏ। ତେଣୁ ବ୍ୟକ୍ତି ଏହି ପରିସ୍ଥିତିର ମୁକାବିଲା କରିବାକୁ ନେଇ ଘୁଙ୍ଗୁଡ଼ି ମାରିଥାଏ।
/sambad/media/post_attachments/wp-content/uploads/2018/01/sleep4_.amarujala.com_-300x194.jpg)
ତକିଆ ଉପରେ ଦିଅନ୍ତୁ ଧ୍ୟାନ: ଆଉ ଯଦି ଆପଣ ସମୟ ସମୟ ମଧ୍ୟରେ ତକିଆଟିକୁ ନ ବଦଳାନ୍ତି ବା ତାହାକୁ ସଫା ନକରନ୍ତି,ତେବେ ଏହାବି ଆପଣଙ୍କ ଘୁଙ୍ଗୁଡ଼ି ମାରିବାର କାରଣ ହୋଇଥାଏ। ତେବେ କେତେ ଥର ମଧ୍ୟ ବ୍ୟକ୍ତିର ମୁଣ୍ଡରୁ ରୂପି କିମ୍ବା କେଶ ଆସି ତକିଆ ମଧ୍ୟରେ ଲାଗିଥାଏ। ଯାହାକି କୌଣସି ଏକ ସୂକ୍ଷ୍ମ ଜୀବ ପାଇଁ ରହିବାର ବାସସ୍ଥଳୀକୁ ବନାଇଥାଏ। ଫଳରେ ଯେବେ ଆମେ ନିଶ୍ୱାସ ନେଇଥାଉ,ସେତେବେଳେ ଏହି ଆଲର୍ଜି ଆମ ଶରୀରର ଶ୍ୱାସ ସମ୍ବନ୍ଧୀୟ କ୍ଷମତାକୁ ଶେଷ କରିଦେଇଥାଏ ଏବଂ ବ୍ୟକ୍ତିକୁ ଘୁଙ୍ଗୁଡ଼ି ସମସ୍ୟା ପରିଲକ୍ଷିତ ହୋଇଥାଏ।
ଆପଣ ଶୋଇବାବେଳେ ଅଲଗା ଅଲଗା ପୋଜିସନ୍ରେ ଶୁଅନ୍ତୁ: ଏମିତି ତ ପିଠି ସାହାଯ୍ୟରେ ଶୋଇବାଟା ସଠିକ୍ ଉପାୟ ବୋଲି ଧରା ଯାଇଥାଏ,ହେଲେ ବହୁତ ଥର ଏହି ପୋଜିସନ୍ରେ ଶୋଇବା ଯୋଗୁଁ ବ୍ୟକ୍ତିଠାରେ ଘୁଙ୍ଗୁଡ଼ିଜନିତ ସମସ୍ୟା ପରିଲକ୍ଷିତ ହୋଇଥାଏ।ତେବେ ଏହି ପୋଜିସନ୍ରେ ଶୋଇବା ଯୋଗୁଁ ବ୍ୟକ୍ତିର ତାଳୁ ଜିଭର ଉପରି ଭାଗକୁ ରହିଥାଏ ଏବଂ ଏହା ତାହାର ଘୁଙ୍ଗୁଡ଼ିରେ ପରିବର୍ତ୍ତନ ହେବାକୁ ଲାଗିଥାଏ। ତେଣୁ ଆପଣ ଆଜିଠାରୁ ହିଁ ଶୋଇବା ସମୟରେ ଶୋଇବାର ପୋଜିସନ୍କୁ ବଦଳାନ୍ତୁ। ଏହା ଦ୍ୱାରା ଆପଣ ବି ଏହି ଘୁଙ୍ଗୁଡ଼ିଜନିତ ସମସ୍ୟା ଠାରୁ ମୁକୁଳିପାରିବେ।