ଉଚିତ୍ ମାତ୍ରାରେ ଖାଦ୍ୟ ଗ୍ରହଣ ନ କରିଲେ ଠିକ୍ ଭାବେ ନିଦ ହୁଏନା। ଯଦି ଠିକ୍ ସମୟରେ ନ ଖାଆନ୍ତି,ତେବେ ଶରୀରରେ ଗ୍ଲୁକୋଜ୍ ବଦଳରେ ଶରୀରରେ ଥିବା ଫ୍ୟାଟ୍କୁ ବର୍ଣ୍ଣ କରି ଶକ୍ତି ଦେଇଥାଏ। ଏଥିପାଇଁ ଇନ୍ସୁଲିନ୍ ସ୍ତର ହ୍ରାସ ପାଇଥାଏ ଓ ରେକ୍ସିନ୍ ନାମକ ହରମୋନ୍ର ସ୍ରାବ ବଢ଼ିଯାଏ। ଏଭଳି ପରିସ୍ଥିତିରେ ଆପଣଙ୍କ ମସ୍ତିଷ୍କ ଶରୀରକୁ ଅଧିକ ଏଡ୍ରେନାଲାଇନ୍ ସ୍ରାବର ସଙ୍କେତ ଦେଇଥାଏ। ଯାହା ଆପଣଙ୍କ ନିଦ୍ରାକୁ ପ୍ରଭାବିତ କରିଥାଏ। କ୍ରମାଗତ ଭାବେ ଏଭଳି କରିଲେ ,ଆପଣ ଅନିଦ୍ରା ଭଳି ରୋଗ ଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଉପୁଜେ।
ପେଟପୁରା ନ ଖାଇଲେ,ପ୍ରତିଦିନ ଶରୀରକୁ ଆବଶ୍ୟକୀୟ ଭିଟାମିନ୍ ମିଳି ନ ଥାଏ। ଯଦି ଏହା ବେଶି ଦିନ ଯାଏଁ ଚାଲିଥାଏ ,ତେବେ ଆପଣ କେତେକ ସମସ୍ୟା ଭିତରେ ପଡ଼ି ପାରନ୍ତି।
ଯଦି ଆପଣ କ୍ଷୁଧାର୍ତ୍ତ ରହନ୍ତି ବା ଯେତିକି ଖାଦ୍ୟ ଆବଶ୍ୟକ,ତାହା ନ ଖାଆନ୍ତି,ତେବେ ଶରୀରରେ ଗ୍ଲୁକୋଜ୍ର ମାତ୍ରା ଯଥେଷ୍ଟ ହ୍ରାସ ପାଇଥାଏ।ଏହାର ଫଳସ୍ୱରୂପ ବ୍ଲଡ଼ସୁଗାର୍ ସ୍ତର କମ୍ ହୋଇଯାଇଥାଏ। ଫଳତଃ ଆପଣଙ୍କୁ କ୍ଳାନ୍ତି ଲାଗିପାରେ ଓ ମୁଣ୍ଡବିନ୍ଧାର ଶିକାର ହୋଇ ପାରନ୍ତି ଆପଣ।
ଯଦି ସଠିକ୍ ମାତ୍ରାରେ ଭୋଜନ କରିବେ ନାହିଁ ,ତେବେ ପେଟରେ ଖାଦ୍ୟ ହଜମ କରୁଥିବା ଅମ୍ଳ ପେଟରେ କୁପ୍ରଭାବ ପକାଇଥାଏ।ଏହାଫଳରେ ଆପଣ ଏସିଡ଼ିଟି ଭଳି ସମସ୍ୟା ଘେରକୁ ଆସିବେ ।
/sambad/media/post_attachments/wp-content/uploads/2018/07/food67-300x188.jpg)
ପ୍ରଚୁର ଖାଦ୍ୟ ନ ଖାଇବା ଦ୍ୱାରା ଶରୀରରେ ଫାଇଭର୍ର ମାତ୍ରା କମ୍ ହୋଇଯାଏ। ଏହାଫଳରେ କୋଷ୍ଠ କାଠିନ୍ୟତାର ଶିକାର ହୋଇପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Sleepless-Hedache_Thumbnail.jpg)