ଛୋଟ ମାଛ, ବଡ଼ ଗୁଣ: ଚୁନା ମାଛ ଖାଇଲେ ହେବ ନାହିଁ ଏହି ସବୁ ରୋଗ!

ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିିଳିଛି ଯେ ବଡ଼ ମାଛ ଅପେକ୍ଷା ଚୁନା ମାଛ ଅଧିକ ହିତକର। ଏମିତିରେ ବି ଚୁନା ମାଛ ଅନେକଙ୍କ ପ୍ରିୟ ହୋଇଥାଏ। ସେ ଦୃଷ୍ଟିକୁ ବାଦ୍‌ ଦେଲେ ଚୁନ ମାଛ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ। ‘ଦ ବିଲ୍‌ସ ଅଫ୍‌ ବାଙ୍ଗ୍‌ଲାଦେଶ’ ପକ୍ଷରୁ ଦିର୍ଘ ୧୦ ବର୍ଷ ଧରି ଛଅଟି ଫୋକାଲ୍‌ ସାଇଟ୍‌ରେ ହୋଇଥିବା ଏକ ଗବେଷଣାରୁ ଏ ସଂପର୍କରେ ଜାଣିବାକୁ ମିଳିଛି।

ଆପଣଙ୍କ ସୂଚନ ସକାଶେ ଜଣାଇ ଦେଉଛୁ ଯେ ବଡ଼ ମାଛ ଅପେକ୍ଷା ଚୁନା ମାଛର ହଜମ ଶକ୍ତି ଭଲ। ଏହାକୁ ଖାଇଲେ ଆଖି ସମସ୍ୟା ବି ଦୂର ହୋଇଥାଏ। ଏପରିକି ଯେଉଁମାନେ ବୟସ ଥିବା ଥିବା ଅବସ୍ଥାରେ ବେଶି ଚୁନା ମାଛ ଖାଇଥାନ୍ତି ସେମାନେ ବହୁତ ବର୍ଷ ହେବା ପରେ ବି ଦୃଷ୍ଟି ଶକ୍ତି ହରାନ୍ତି ନାହିଁ। ମୋଟାମୋଟୀ କହିବାକୁ ଗଲେ ଚୁନା ମାଛ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

ଏଥିରେ ବହୁଳ ପରିମାଣର ନ୍ୟୁଟ୍ରେସନ୍‌ ରହିଛି। ଚୁନାମାଛରେ ରହିଥିବା ଭିଟାମିନ୍‌ ‘ଏ’ ଦୃଷ୍ଟିହୀନତା ଓ ସଂକ୍ରମଣ ଜନୀତ ରୋଗରୁ ରକ୍ଷା କରେ।

ଶିଶୁମାନଙ୍କୁ ପ୍ରଚୁର ଚୁନାମାଛ ଖାଇବାକୁ ଦିଅନ୍ତୁ। ସେମାନଙ୍କ ଶରୀର ବୃଦ୍ଧି କରାଇବାରେ ଖୁବ୍‌ ସହାୟକ ହୁଏ। ଏହା ଛଡ଼ା ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ମ ମଧ୍ୟ କରିଥାଏ।

ପିଲାଙ୍କୁ ଡାଇରିଆରୁ ରକ୍ଷା କରେ। ଅନ୍ୟ ବଡ଼ ମାଛ ଖାଇଲେ ପେଟ ରୋଗ ହେବାର ସମ୍ଭାବନ ରହିଛି। ମାତ୍ର ଚୁନାମାଛରେ ସେପରି ସମସ୍ୟା ନାହିଁ। ଏହାକୁ ମସଲା ନଦେଇ ଖାଲି ଭାଜି କରି ଖାଇଲେ ବେଶି ସୁସ୍ଥକର ହୋଇଥାଏ।

ଏଥିରୁ ମିଳୁଥିଲା କ୍ୟାଲ୍‌ସିୟ ଦାନ୍ତ ଓ ହାଡ଼କୁ ଶକ୍ତ କରିଥାଏ। ନିଜ ପିଲାଙ୍କୁ ଶକ୍ତ କରିବାକୁ ଚାହୁଁଥିଲେ ଚୁନା ମାଛ ଖାଇବାକୁ ଦିଅନ୍ତୁ।

ସମ୍ବନ୍ଧିତ ଖବର