ଶୋଇବାବେଳେ କେତେଥର ମାରୁଛନ୍ତି ଘୁଙ୍ଗୁଡ଼ି, ରେକର୍ଡ କରିପାରିବ ଏହି ତକିଆ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି କିମ୍ବା ସ୍ମାର୍ଟ ସ୍ପିକର ବାବଦରେ ଶୁଣିଥିବେ, କିନ୍ତୁ ଆପଣ କେବେ ସ୍ମାର୍ଟ ତକିଆ ବାବଦରେ ଜାଣିଛନ୍ତି କି? କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବଜାରରେ ଏମିତି ଏକ ତକିଆ ମିଳୁଛି ଯାହାକି ସ୍ପନ୍ଦନ, ଘୁଙ୍ଗୁଡ଼ି ହାର ମାପିପାରିବ | ଗତ ବର୍ଷ ସେପ୍ଟେମ୍ବର ମାସରେ ସାଓମି ଏହି ସ୍ମାର୍ଟ ତକିଆ ଲଞ୍ଚ କରିଥିଲା ​​| ଏହି ତକିଆକୁ କେବଳ ଚାଇନାର ବଜାରରେ ଲଞ୍ଚ କରାଯାଇଥିଲା। ତଥାପି, ଏହି ତକିଆର ବୈଶିଷ୍ଟ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି |

ଏହି ତକିଆ ହୃଦସ୍ପନ୍ଦନ, ଘୁଙ୍ଗୁଡ଼ି, ଏବଂ ନିଶ୍ୱାସକୁ ସଠିକ୍ ଭାବରେ ମାପି ପାରିଥାଏ | ବିଶ୍ୱ ନିଦ୍ରା ଦିବସ ଅବସରରେ ଆମେ ଆପଣଙ୍କୁ ଏହି ତକିଆ ବାବଦରେ ବିସ୍ତୃତ ଭାବେ ସୂଚନା ଦେବୁ | ସ୍ମାର୍ଟ ତକିଆ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଟ୍ରାକିଂ ପାଇଁ ଏଆଇ ଆଲଗୋରିଦମ ବ୍ୟବହାର କରେ | ଏହି ସ୍ମାର୍ଟ ତକିଆ ବ୍ୟବହାରକାରୀଙ୍କ ଶୋଇବା ସ୍ଥିତି ଏବଂ ଗଭୀର ନିଦ ବିଷୟରେ ସମସ୍ତ ଆବଶ୍ୟକୀୟ ସୂଚନା ଦେଇଥାଏ ଏବଂ ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ପ୍ରଦାନ କରାଯାଇଛି, ଯାହା ଦ୍ୱାରା ଏହା ଅନ୍ୟ ସ୍ମାର୍ଟ ଡିଭାଇସ୍ ସହିତ ସଂଯୁକ୍ତ ହୋଇପାରିବ |

ଏହି ତକିଆକୁ ଚାର୍ଜ କରିବାକୁ ପଡିଥାଏ | ତକିଆରେ ୪ଟି ଏଏଏ ବ୍ୟାଟେରୀ ଥିବାବେଳେ ଯାହା ୬୦ ଦିନ ପର୍ଯ୍ୟନ୍ତ ବ୍ୟବହାର ପାଇଁ ଶକ୍ତି ଯୋଗାଇଥାଏ | ଏହି ତକିଆର ମୂଲ୍ୟ ପ୍ରାୟ ୩୪୩୪ ଟଙ୍କା ହୋଇଥିବାବେଳେ ଚାଇନାର ବଜାରରେ ହିଁ ଏହି ତକିଆ ଉପଲବ୍ଧ |

ସମ୍ବନ୍ଧିତ ଖବର