ଯଦି ଆପଣ ବି ଅନ୍ଧାରରେ କରୁଥା’ନ୍ତି ସ୍ମାର୍ଟଫୋନ୍‌ର ବ୍ୟବହାର ଉପୁଜିପାରେ ଏହି ସବୁ ସମସ୍ୟା!

ସାଧାରଣତଃ ଅଧିକାଂଶ ଲୋକ ଏବେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କିଛି ଲୋକ ଏମିତି ବି ଅଟନ୍ତି ଯେଉଁମାନେ କି ଶୋଇବା ପୂର୍ବରୁ ବା ଅନ୍ଧାରରେ ବହୁତ ସମୟ ଧରି ସ୍ମାର୍ଟଫୋନ୍‌ରେ କାମ କରିଥା’ନ୍ତି,ଯାହାକି ବ୍ୟକ୍ତିର ଆଖି ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।ତେବେ ଏହାକୁ ନେଇ ପୂର୍ବରୁ ଅନେକଥର ରିସର୍ଚ୍ଚ ମଧ୍ୟ ହୋଇସାରିଛି,ଯେଉଁଥିରେ କି ଏହା ପ୍ରମାଣିତ ହୋଇଛି ଯେ,ଅନ୍ଧାର ରାତିରେ ସ୍ମାର୍ଟଫୋନ୍‌ ସ୍କ୍ରିନ୍‌ ଉପରେ କାର୍ଯ୍ୟ କରିବା ଯୋଗୁଁ ବ୍ୟକ୍ତିକୁ ଏହା କ୍ଷତି ପହଞ୍ଚାଇଥାଏ। ତେବେ ଏହା ରିସର୍ଚ ଆଧାର ଉପରେ ପ୍ରମାଣିତ ହୋଇଥିବାବେଳେ,ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଯୋଗୁଁ ଏହା ବ୍ୟକ୍ତିର ଶରୀରରେ ତାହାର ୯ଟି ପାର୍ଶ୍ୱ ପ୍ରତିକ୍ରିୟା ପକାଇଥାଏ ବୋଲି ଗବେଷଣାରୁ ଜଣାଯାଇଛି।
ତେବେ କ’ଣ ଅଟେ ଏହି ରିସର୍ଚ୍ଚ?
ଆମେରିକାନ୍‌ ମସ୍କୁଲାର ଡ଼ିଜେନେରେଶନ୍‌ ଫାଉଂଡ଼େସନ୍‌ର ରିସର୍ଚ୍ଚ ଅନୁଯାୟୀ,ଯଦି ଆମେ ଅନ୍ଧାର ରାତିରେ ୩୦ ମିନିଟ୍‌ ବି ସ୍ମାର୍ଟଫୋନ୍‌ ସ୍କ୍ରିନ୍‌ରେ କାମ କରିଥାଉ ତ,ତେବେ ଏହା ଆମର ଆଖିକୁ ଶୁଷ୍କ କରିଦିଏ।ଆଉ ଆଖିର ଶୁଷ୍କତା କାରଣରୁ ଏହା ରେଟିନା ଉପରେ ତାହାର ଖରାପ ପ୍ରଭାବ ପକାଏ।ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଏଭଳି ଅଭ୍ୟାସ ଯୋଗୁଁ ବ୍ୟକ୍ତି ଆଖିର ରଶ୍ମି ମଧ୍ୟ କମ୍‌ ହେବାକୁ ଲାଗେ।
ତେବେ ଏହି ଭଳି ଭାବରେ ହାର୍ବର୍ଡ଼ ୟୁନିଭରସିଟି ଅଫ୍‌ ବରସେଷ୍ଟର୍‌ ,ଇଂଲଣ୍ଡର ରିସର୍ଚ୍ଚରୁ ମଧ୍ୟ ଏହା ବି ପ୍ରମାଣିତ ହୋଇଛି ଯେ, ଅନ୍ଧାର ରାତିରେ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ବ୍ୟକ୍ତି ଲାଗି ଘାତକ ହୋଇଥାଏ। ବ୍ୟକ୍ତି ସାବଧାନତା ଅବଲମ୍ବନ ନ କେର ତ,ତେବେ ଏହା ଯେ କେବଳ ଆଖି ଉପରେ ତାହାର ଖରାପ ପ୍ରଭାବ ପକାଇଥାଏ ତାହା ନୁହେଁ ବରଂ ଏହା ଶରୀରର ଅନ୍ୟ ଅଂଶରେ ବି ତାହାର ଖରାପ ପ୍ରଭାବକୁ ପକାଇଥାଏ।
ତେବେ କ’ଣ ଏହି ସବୁ ପ୍ରଭାବ ଆସନ୍ତୁ ଜାଣିବା….।
୧-ଆମେରିକାନ୍‌ ମସ୍କୁଲାର ଡ଼ିଜେନେରେଶନ୍‌ ଫାଉଂଡ଼େସନ୍‌ର ରିସର୍ଚ୍ଚ ଅନୁଯାୟୀ,ରାତିରେ ଶୋଇବା ପୂର୍ବରୁ ମୋବାଇଲ୍‌ ଫୋନ୍‌ର ବ୍ୟବହାର ଦ୍ୱାରା ବ୍ୟକ୍ତି ଆଖିର ରେଟିନା ଉପରେ ଖରାପ ପ୍ରଭାବ ପଡ଼ିଥାଏ।ଏହାଦ୍ୱାରା ଆଖିର ରଶ୍ମି କମ୍‌ ହେବାକୁ ଲାଗେ।
୨-ତେବେ ହାର୍ବର୍ଡ଼ ୟୁନିଭରସିଟିର ରିସର୍ଚ୍ଚ ମୁତାବକ୍‌ ରାତିର ସମୟରେ ତଥା ଶୋଇବା ପୂର୍ବରୁ ସ୍ମାର୍ଟଫୋନ୍‌ର ବ୍ୟବହାର ଦ୍ୱାରା ବ୍ୟକ୍ତି ଶରୀରର ମେଲାଟୋନିନ୍‌ ହର୍‌ମୋନ୍‌ ଲେବୁଲ୍‌ କମ୍‌ ହେବାକୁ ଲାଗେ,ଯାହାକି ତାହାଠାରେ ଅନିଦ୍ରା ଜନିତ ସମସ୍ୟାକୁ ଉପୁଜାଇଥାଏ।
୩-ୟୁନିଭରସିଟି ଅଫ୍‌ ବରସେଷ୍ଟର,ଇଂଲଣ୍ଡର ରିସର୍ଚ୍ଚ ମୁତାବକ୍‌ ଡ଼େରି ରାତି ଯାଏଁ ମୋବାଇଲ୍‌ ଫୋନ୍‌ର ବ୍ୟବହାର ବ୍ୟକ୍ତିର ମେଲାଟୋନିନ୍‌ ହର୍‌ମୋନର ଲେବୁଲ୍‌କୁ କମାଇଥାଏ,ଯାହାକି ଅବସାଦକୁ ବଢ଼ାଇଥାଏ।
୪-ତେବେ ବୋଇକ୍ସ ୟୁନିଭରସିଟି ଫ୍ରାନ୍ସର ରିସର୍ଚ୍ଚରେ ଏହା ପ୍ରମାଣିତ ହୋଇଛି ଯେ,ଅଧିକ ରାତି ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ର ବ୍ୟବହାର ବ୍ୟକ୍ତିକୁ ମସ୍ତିଷ୍କ ଟ୍ୟୁମର୍‌ର ସମସ୍ୟା ଆଡ଼କୁ ଠେଲି ଦେଇଥାଏ। ଏହାଦ୍ୱାରା ସ୍ମରଣଶକ୍ତି ହ୍ରାସ ପାଇବାକୁ ଲାଗେ।
୫-ଏଥିସହିତ ପ୍ରତ୍ୟେକ ଦିନ ଡ଼େରି ରାତି ଯାଏଁ ମୋବାଇଲ୍‌ ଫୋନ୍‌ର ବ୍ୟବହାର ଦ୍ୱାରା ବ୍ୟକ୍ତିର ନିଦ ସଂପୂର୍ଣ୍ଣ ହୁଏନି।ଯାହାକି ଦିନଯାକ ବ୍ୟକ୍ତିକୁ କ୍ଳାନ୍ତ କରିଥାଏ।
୬-ଏହାବ୍ୟତୀତ ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ୍‌ ଫୋନ୍‌ର ବ୍ୟବହାର ଯୋଗୁଁ ମସ୍ତିଷ୍କ ପର୍ଯ୍ୟନ୍ତ ସିଗ୍‌ନାଲ୍‌ ଦେଉଥିବା ଆପ୍ଟିକ୍‌ ତଂନ୍ତ୍ରିକା ଉପରେ ଖରାପ ପ୍ରଭାବ ପଡ଼ିଥାଏ ,ଯାହାକି ଗ୍ଲୁକୋମା ବା (କଳା ମୋତି)ର ସମସ୍ୟା କରିଥାଏ।
୭-ଏଥିସହିତ ବିଳମ୍ବିତ ରାତି ଯାଏଁ ମୋବାଇଲ୍‌ ଫୋନ୍‌ର ବ୍ୟବହାର ଯୋଗୁଁ ବ୍ୟକ୍ତିର ଆଖି ଫୋକସିଙ୍ଗ୍‌ ମସଲ୍ସରେ ଖରାପ ପ୍ରଭାବ ପଡ଼େ। ଯାହାକି ବ୍ୟକ୍ତି ଜଣଙ୍କୁ କୌଣସି ପଦାର୍ଥ ଉପରେ ଫୋକସ୍‌ କରିବାରେ ସମସ୍ୟା ଆଣିଦିଏ।
୮-ତେବେ ରାତିରେ ଅଧିକ ସମୟ ମୋବାଇଲ୍‌ ଫୋନ୍‌ ବା ଟ୍ୟାବ୍‌ଲେଟ୍‌ର ବ୍ୟବହାର ଯୋଗୁଁ ଏହାର ରଶ୍ମି ଆଖି ଉପରେ ରେଡ଼୍‍ନେସ୍‌ ସମସ୍ୟାକୁ ସୃଷ୍ଟି କରିଥାଏ।
୯-ଏତଦ୍‌ବ୍ୟତୀତ ବିଳମ୍ବିତ ରାତି ଯାଏଁ ମୋବାଇଲ୍‌ ଫୋନ୍‌ର ବ୍ୟବହାର ଯୋଗୁଁ ବ୍ୟକ୍ତିର ଆଖିରେ ଷ୍ଟ୍ରେସ୍‌ ପଡ଼ିଥାଏ, ଯାହାଦ୍ୱାରା ଡ଼ାର୍କ ସର୍କଲ୍ସର ସମସ୍ୟା ମଧ୍ୟ ଦେଖାଯିବାକୁ ଲାଗେ!

 

ସମ୍ବନ୍ଧିତ ଖବର