ସମଗ୍ର ବିଶ୍ୱରେ ବାର୍ଷିକ ୮ ଲକ୍ଷରୁ ଅଧିକ ଲୋକ ତମାଖୁ ସେବନ ଦ୍ୱାରା କର୍କଟ ରୋଗାକ୍ରାନ୍ତ ହେଉଥିବା ବେଳେ ଦିନକୁ ୨,୨୨୦ ମରୁଛନ୍ତି। ଧୂମପାନ ଯୋଗୁଁ ମୁଖଗହ୍ଵର, ହୃତ୍ପିଣ୍ଡ, ଯକୃତ୍, ଫୁସ୍ଫୁସ୍, ଅଗ୍ନ୍ୟାଶୟ ଓ ଖାଦ୍ୟନଳି ଇତ୍ୟାଦି ରୋଗାକ୍ରାନ୍ତ ହୁଏ। ଉଚ୍ଚ ରକ୍ତ ଚାପ, ହୃଦ୍ଘାତ, ପକ୍ଷାଘାତ, ଫୁସ୍ଫୁସ୍ କର୍କଟ, ବୃକ୍କ କର୍କଟ, ଖାଦ୍ୟନଳି କର୍କଟ, ସ୍ୱରନଳି କର୍କଟ ଓ ଅଗ୍ନ୍ୟାଶୟ କର୍କଟ ଆଦି ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁମାନେ ଧୂମପାନ କରୁନାହାନ୍ତି; କିନ୍ତୁ, ପରିବେଶରେ ଧୂମପାନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି, ଯାହାକୁ ଦ୍ୱିତୀୟ ସ୍ତରର ଧୂମପାନ କହାଯାଏ, ତାହା ମଧ୍ୟ ଶରୀର ପାଇଁ କ୍ଷତିକାରକ। ଦ୍ୱିତୀୟ ସ୍ତରର ଧୂମପାନ ହେଉଛି ସିଗାରେଟ୍ର ଧୂଅାଁ। ଗର୍ଭବତୀ ମହିଳା ଏହି ଦ୍ୱିତୀୟ ସ୍ତରର ଧୂମପାନ ଦ୍ୱାରା ବିଶେଷ ଭାବେ ଆକ୍ରାନ୍ତ ହେଉଛନ୍ତି। ଫଳରେ ଶିଶୁ ମୃତ୍ୟୁ ହାର ତିନି ଗୁଣ ବଢ଼ିଛି।
ଧୂମପାନ ଦ୍ୱାରା ମନୁଷ୍ୟର ଆୟୁ ଦଶରୁ ପନ୍ଦର ବର୍ଷ କମିଯାଏ। ଏହା ଦ୍ୱାରା ରକ୍ତ କର୍କଟ, ଯକୃତ୍ କର୍କଟ, ବୃହଦନ୍ତ୍ର କର୍କଟ ଓ ପିତ୍ତକୋଷ କର୍କଟ ରୋଗୀ ସଂଖ୍ୟା ବଢ଼ୁଛି। ଧୂମପାନ ଦ୍ୱାରା ନାନା ବିଷାକ୍ତ ରାସାୟନିକ ଶରୀରକୁ ପ୍ରବେଶ କରି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରନ୍ତି। ଶିରା-ପ୍ରଶିରା ସଙ୍କୁଚିତ ହୋଇ ବାରଜରସ୍ ରୋଗ ହୁଏ। ରକ୍ତରେ କୋଲେଷ୍ଟେରୋଲ୍, ଫିବ୍ରିନୋଜେନ୍ ବଢ଼ି ହୃଦ୍ଘାତ ହୁଏ। ଏହା ଦ୍ୱାରା ଖାଦ୍ୟନଳି ଓ ପେଟରେ ମଧ୍ୟ ଘାଆ ହୁଏ।
-ପ୍ରଫେସର୍ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର,
ଫୋନ୍ ନଂ: ୯୪୩୭୦୫୧୯୫୭