ଘୁଙ୍ଗୁଡ଼ି ସମସ୍ୟାକୁ ନେଇ ଚିନ୍ତିତ କି? ଏହି ସହଜ ଉପାୟ ଆପଣାଇ ଦୂର କରନ୍ତୁ ସମସ୍ୟା

କିଛି ଲୋକ ନିଘୋଡ଼ ନିଦରେ ଶୋଇବା ପରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଥାନ୍ତି । ଏହା ସେମାନେ ଜାଣି ଜାଣି କରୁ ନଥିବା ବେଳେ କିଛି ଖରାପ ଅଭ୍ୟାସ ପାଇଁ ସେମାନଙ୍କ ପାଖରେ ଏସବୁ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଏହା ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଯେ କୌଣସି ବୟସର ଲୋକମାନଙ୍କ ପାଖରେ ଏହି ସବୁ ସମସ୍ୟା ଦେଖା ଯାଇଥାଏ । ଘୁଙ୍ଗୁଡ଼ି ମାରିବାର ମୁଖ୍ୟ କାରଣ ହେଉଛି ଶୋଇବାର ଶୈଳୀ, ନାକରେ ସର୍ଦ୍ଦି ହେବା ବା ଅତ୍ୟଧିକ ମଦ୍ୟପାନ । କିଛି ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ଔଷଧର ସେବନ କରିଥାନ୍ତି । କିନ୍ତୁ ସବୁ ପରେ ବି ସମସ୍ୟା ଦୂର ହୋଇ ନ ଥାଏ । ଆଜି ଆମେ ଏହି ସମସ୍ୟାରୁ ଦୂରେଇ ରହିବାର ଘରୋଇ ଉପାୟ ବିଷୟରେ ଜଣାଇବୁ । ଆସନ୍ତୁ ଜାଣିବା ସେ ବିଷୟରେ….

୧.ଏହି ସମସ୍ୟା ଦୂର କରିବା ପାଇଁ ଏକ ଚାମଚ ହଳଦୀ ଏବଂ ଏକ ଚାମଚ ମହୁକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ସେବନ କରନ୍ତୁ । କିଛି ଦିନ ଏପରି କଲେ ଆପଣଙ୍କର ଘୁଙ୍ଗୁଡ଼ି ମାରିବା ସମସ୍ୟା ଦୂର ହେବ ।
୨. ରସୁଣର ୨-୩ କୋଲା ନେଇ ସୋରିଷ ତେଲରେ ପକାଇ ଗରମ କରନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ଛାତିରେ ମାଲିସ କରନ୍ତୁ ।

Image result for garlic
Editor Choice

୩.ରାତିରେ ଶୋଇବା ପୂର୍ବରୁ ଅଳେଇଚ ବା ତା’ର ପାଉଡ଼ରକୁ ଉଷୁମ ପାଣିରେ ମିଶାଇ ପିଇଲେ କିଛି ଦିନ ମଧ୍ୟରେ ଘୁଙ୍ଗୁଡ଼ି ମାରିବା ସମସ୍ୟା ଦୂର ହୋଇଥାଏ ।
୪.ଯେଉଁମାନେ ଧୂମପାନ ଅଧିକ କରିଥାନ୍ତି ସେମାନଙ୍କ ପାଖରେ ଏ ସମସ୍ୟା ଦେଖା ଯାଇଥାଏ । ସୁସ୍ଥ ସ୍ୱାସ୍ଥ୍ୟ ଏବଂ ଘୁଙ୍ଗୁଡ଼ି ମାରିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ହିଁ ଧୂମପାନ କରିବା ଛାଡ଼ି ଦିଅନ୍ତୁ ।

ସମ୍ବନ୍ଧିତ ଖବର