ପିଲାଙ୍କର ଏଭଳି ଫଟୋ ସୋସିଆଲ୍‌ ମିଡ଼ିଆରେ ସେଆର୍‌ କରନ୍ତୁ ନାହିଁ !

ସୋସିଆଲ୍‌ ମିଡ଼ିଆରେ ଆଜିକାଲି ନିଜର ତଥା ପରିବାରର ବିଭିନ୍ନ ପୋଜ୍‌ର ଫଟୋ ସେଆର୍‌ କରିବାରେ କ୍ରେଜ୍‌ ବଢିଯାଇଛି। କେତେକ ଛୋଟ ପିଲାଙ୍କର ଫଟୋ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ସେଆର୍‌ କରାଯାଉଛି। କିନ୍ତୁ ମନେ ରଖନ୍ତୁ ପିଲାଙ୍କର ଏଭଳି ଫଟୋ କେବେ ବି ସେଆର୍‌ କରିବା ଉଚିତ୍‌ ନୁହେଁ। ପ୍ରଥମତଃ ପିଲାମାନଙ୍କ ନିର୍ବସ୍ତ୍ର ଫଟୋ ବା ଗାଧୋଇବା ବେଳର ଫଟୋ ବି ସେଆର୍‌ କରନ୍ତୁ ନାହିଁ। ନିଜର ରୋଗଗ୍ରସ୍ତ ବା ଆହତ ପିଲାଙ୍କର ଫଟୋ ବି ସେଆର୍‌ କରନ୍ତୁ ନାହିଁ। ପିଲାମାନଙ୍କୁ ଚିଡାଉଥିବାର ବା ତାଗିଦ୍‌ କରୁଥିବା ବେଳର ଫଟୋ ବି ସେଆର୍‌ କରିବା ଉଚିତ ନୁହେଁ। କାରଣ ଏଭଳି ଫଟୋ ପରେ ପିଲା ଉପରେ କୁପ୍ରଭାବ ପକାଇଥାଏ।


ଯଦି ଆପଣ ପିଲାଙ୍କର କୌଣସି ସ୍କୁଲ ଫଙ୍କସନ୍‌ର ଫଟୋ ସେଆର୍‌ କରୁଛନ୍ତି ବା ଏଭଳି କୌଣସି ଏକା ଫଟୋ ଅଛି,ଯେଉଁଠାରେ ଆପଣ ନାହାଁନ୍ତି ,ବା ପରିବାରର କେହି ନାହାଁନ୍ତି,ସେଭଳି ଫଟୋ ପୋଷ୍ଟ୍‍ କରିଲେ ପିଲାର ସୁରକ୍ଷା ବିପଦରେ ପଡିଯାଏ। ଠିକ୍‌ ସେହିପରି ଟଏଲେଟ୍‌ରେ ବସିଥିବାର ପିଲାର ଫଟୋ ବି ସୋସିଆଲ୍‌ ଭିଡ଼ିଓରେ ସେଆର୍‌ ନ କରିବା ଭଲ।

ସମ୍ବନ୍ଧିତ ଖବର