ଯଦି ଗଳା ବା ତଣ୍ଟି ଦରଜ ଅଛି ତା’ହେଲେ କାନ ତଳ ଭାଗର ଅଂଶକୁ ଦାବନ୍ତୁ।
ଯଦି ପାଖରେ ଥିବା ବ୍ୟକ୍ତିଙ୍କ କଥା ଆପଣ ଠିକ୍ ଭାବେ ଶୁଣିପାରୁ ନାହାନ୍ତି, ତା’ହେଲେ ଡାହାଣ ପଟକୁ ଟିକିଏ ନଇଁ ଯାଆନ୍ତୁ।
ଯଦି କିଛି ଶବ୍ଦ ଶୁଣିପାରୁ ନାହାନ୍ତି ତା’ହେଲେ ଟିକିଏ ବାମ ପଟକୁ ନଇଁ ଯାଆନ୍ତୁ।
ଯଦି ନାକ ବନ୍ଦ ହୋଇଯାଇଛି ତା’ହେଲେ ଆପଣଙ୍କ ଜିଭକୁ ତାଳୁରେ ଲଗାଇ ଦାବନ୍ତୁ, ଏହା ସହ ଉଭୟ ଭ୍ରୂଲତା ମଝିରେ ଆଙ୍ଗୁଠି ଘଷନ୍ତୁୁ।
ଯଦି ଦାନ୍ତରେ ଦରଜ ହେଉଛି, ତା’ହେଲେ ବୁଢ଼ା ଆଙ୍ଗୁଠି ଓ ବିଶି ଆଙ୍ଗୁଠି ଫାଙ୍କରେବରଫ ଘଷନ୍ତୁ।
ଯଦି ଦୌଡ଼ିବା ପରେ ଆପଣଙ୍କ ଶରୀର ଗୋଟିଏ ପଟ ପାର୍ଶ୍ୱ ବିନ୍ଧୁଛି, ତା’ହେଲେ ନିଶ୍ୱାସ ଛାଡ଼ିବା ସମୟରେ ଡାହାଣ ଗୋଡ଼ରେ ଶରୀରର ଭାର ଦିଅନ୍ତୁ।
ଯଦି ବାମ ହାତ ଅସଜ ଲାଗୁଛିି, ତା’ହେଲେ ମୁଣ୍ଡକୁ ଚକ୍ରାକାରେ ବୁଲାନ୍ତୁ।
ଯଦି କିଛି ଜରୁରୀ କଥା ମନେ ରଖିବାକୁ ଅଛି, ତା’ହେଲେ ରାତି ଶୋଇବା ପୂର୍ବରୁ ସେ କଥାକୁ କେତେ ଥର ମନେପକାନ୍ତୁୁ, ସକାଳେ ସେହି କଥା ମନେ ପଡ଼ିଯିବ।
ଦୈନନ୍ଦିନ ଉପୁଜୁଥିବା ଏହି ସମସ୍ୟାଗୁଡ଼ିକୁ ୧ ମିନିଟ୍ରେ ଦୂର କରନ୍ତୁ!
/sambad/media/post_attachments/wp-content/uploads/2018/02/Problems-of-Regular-Activities_Infographics_3.jpg)