ଆପଣ ଭଲ ଭାବୁଥିବା କେତେକ ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଖରାପ!

ପାରିଷ୍କାର ପରିଚ୍ଛନ୍ନ ରହିବା, ପ୍ରଚୁର ପାଣି ପିଇବା, ଖାଇ ସାରି ଦାନ୍ତ ଘଷିବା, ସିଧା ବସିବା, ହ୍ୟାଣ୍ଡ୍‌ଓ୍ଵାସ୍‌ରେ ହାତ ଧୋଇବା ଆଦି କାର୍ଯ୍ୟକୁ ଆମେ ଭଲ ଅଭ୍ୟାସ ଭାବରେ ନେଇଥାଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସବୁ ଅଭ୍ୟାସ ଭଲ ଲାଗୁଥିଲେ ମଧ୍ୟ ଏହାର ଅନେକ ଖରାପ ପ୍ରଭାବ ଆମ ସ୍ୱାସ୍ଥ୍ୟ ପାଇଁ ରହିଛି।

 

ପ୍ରଚୁର ପାଣି ପିଇବା ଦ୍ୱାରା ପେଟ ରୋଗ, ବୃକ୍‌କ ରୋଗ ଆଦି ଭଲ ହୋଇଥାଏ। କିନ୍ତୁ ବହୁତ୍‌ ପରିମାଣରେ ପାଣି ପିଇବା ଦ୍ୱାରା ଓ୍ଵାଟର୍‌ ଇନ୍‌ଟୋକ୍ସିକେସନ୍‌ ବା ଜଳ ନିଶା ରୋଗ ହୋଇଥାଏ। ଯାହା ମସ୍ତିଷ୍କ ପାଇଁ ହୋଇଥାଏ କ୍ଷତିକାରକ।

 

ହାତରୁ ବ୍ୟାକ୍ଟେରିଆ ବା ଜୀବାଣୁ ସଫା କରିବା ପାଇଁ ଲୋକେ ହ୍ୟାଣ୍ଡ୍‌ଓ୍ଵାସ୍‌ କିମ୍ବା ସନେିଟାଇଜର୍‌ ବ୍ୟବହାର କରିଥାନ୍ତି। କିନ୍ତୁ ହାତ ସଫା ହେବା ସହ ଏମିତି କିଛି ବ୍ୟାକ୍ଟେରିଆ ମଧ୍ୟ ସଫା ହୋଇଯାଇଥା’ନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ଓ ସେମାନେ ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆକୁ ଦମନ କରିଥାନ୍ତି।

 

ସମ୍ପୂର୍ଣ୍ଣ ସିଧା ବସିବା ଶରୀର ପାଇଁ ଭଲ ବୋଲି ଅନେକ ଲୋକେ ଭାବିଥା’ନ୍ତି। କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ୧୩୫ ଡିଗ୍ରୀରେ ବସିବା ଶରୀର ପାଇଁ ଭଲ ହୋଇଥାଏ।

 

ଖାଇସାରି ତୁରନ୍ତ ଦାନ୍ତ ଘଷିବା ଏକ ଖରାପ ଅଭ୍ୟାସ। କିଛି ଖାଦ୍ୟରେ ଏସିଡ୍‌ ଥିବା ଯୋଗୁଁ ଏହା ଆମ ଦାନ୍ତ ଉପରେ ଥିବା ଏନାମେଲ୍‌କୁ ନରମ କରି ଦେଇଥାଏ। ସର୍ବଦା ଏହି ନରମ ଏନାମେଲ୍‌ ଥିବା ଦାନ୍ତ ଉପରେ ବ୍ରସ୍‌ କରିବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ।

 

ସମ୍ବନ୍ଧିତ ଖବର