ସୋୟାବିନ୍‌ରେ ରହିଛି ଏହି ୫ଟି ଫାଇଦା!

ସୋୟାବିନରୁ ପ୍ରସ୍ତୁତ ବଡ଼ି ପାଟିକୁ ଯେଉଁଭଳି ସ୍ୱାଦିଷ୍ଟ ଲାଗିଥାଏ ସେହିଭଳି ଭାବରେ ଏଥିରୁ ପ୍ରସ୍ତୁତ କ୍ଷୀର ଓ ପନିର ମଧ୍ୟ ସ୍ୱାସ୍ଥ୍ୟ ଲାଗି ବେଶ୍‌ ଫଳପ୍ରଦ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ସୋୟାବିନ୍‌ର ସେବନ ଦ୍ୱାରା ଶରୀରକୁ କି କି ଲାଭ ଦେଇଥାଏ,ସେହି ବିଷୟରେ ଜଣାଇବୁ! ଆସନ୍ତୁ ଜାଣିବା ସୋୟାବିନ୍‌ ଖାଇବା ଦ୍ୱାରା କେଉଁ ୫ଟି ଫାଇଦା ମିଳିଥାଏ?

ସୋୟାବିନ୍‌ରେ ସାଧାରଣତଃ ପ୍ରୋଟିନ୍‌ ଓ ହାଇଡ୍ରେଟ୍‌ ବିଶେଷ ପରିମାଣରେ ରହିଥାଏ। ଏହାର ସେବନ ଯୋଗୁଁ ବ୍ୟକ୍ତି ଶରୀରକୁ ବିଶେଷ ଲାଭ ମିଳିଥାଏ ବୋଲି ଡାଏଟିସିଆନ୍‌ ସୋନିୟା ନାରଙ୍ଗ୍‌ ତାଙ୍କ ମତରେ କହିଛନ୍ତି।

୧- ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ଲାଗି ସୋୟାବିନ୍‌ ରାମବାଣ ଭଳି କାର୍ଯ୍ୟ କରିଥାଏ। କାରଣ ଏଥିରେ ଥିବା ଆଇରନ୍‌ ଶରୀରରେ ରକ୍ତର ଅଭାବ କରାଇ ଦିଏ ନାହିଁ। ଏହା ଫଳରେ ‘ଆଇସୋପ୍ଲେବୋନ୍ସ୍‌’ ରସାୟନିକ ଆଷ୍ଟିୟୋପୋରୋସିସ୍‌କୁ କରାଇ ଦେଇ ନ ଥାଏ।
୨-ଯଦି ଶରୀରର ବିକାଶ ହେଉ କିମ୍ବା ତାହାର ନଖ,କେଶ ବୃଦ୍ଧିରେ ସମସ୍ୟା ଦେଖା ଯାଉଥାଏ , ତେବେ ସୋୟାବିନ୍‌ ଖାଆନ୍ତୁ। ଏହା ବିଶେଷ ଫଳପ୍ରଦ ଅଟେ।
୩- ଯଦି ନିଦ୍ରାରେ ସମସ୍ୟା ଦେଖାଯାଉଛି ତ,ତେବେ ଆପଣ ସୋୟାବିନ୍‌ର ସେବନ ନିୟମିତ ଭାବରେ କରନ୍ତୁ। କାରଣ ଏଥିରେ ରହିଥିବା ମ୍ୟାଗ୍ନେସିଅମ୍‌ ନିଦ ଆଣିବାରେ ସହାୟକ ହୋଇଥାଏ। ତେଣୁ ଆପଣ ସୋୟା ଚଂକ୍ସ ଏବଂ ସୋୟା ମିଲ୍କର ସେବନ ନିୟମିତ ରୂପରେ କରନ୍ତୁ।

photo-amarujala

୪-ଏଦଦ୍‌ବ୍ୟତୀତ ସୋୟାବିନ୍‌ରେ ମଧ୍ୟ ‘ଲେସିଥିନ’ ନାମକ ତତ୍ତ୍ୱ ମିଳିଥାଏ, ଯାହାକି ଲିଭର୍‌ ଲାଗି ବେଶ୍‌ ଲାଭକାରୀ ଅଟେ। ତେବେ ମଧୁମେହ ରୋଗୀମାନେ ସୋୟାବିନ୍‌ ତେଲରେ ପ୍ରସ୍ତୁତ ଜିନିଷକୁ ସେବନ କରିବା ଲାଭପ୍ରଦ ହୋଇଥାଏ।
୫-ତେବେ ଓଜନ ବୃଦ୍ଧି ଲାଗି ନିୟମିତ ସୋୟାବିନ୍‌ର ସେବନ ଏବଂ ଗଣ୍ଠିଜନିତ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ଏହାର କ୍ଷୀର ପଇବା ବି ବ୍ୟକ୍ତି ଲାଗି ବିଶେଷ ଲାଭକାରୀ ଅଟେ।

ସମ୍ବନ୍ଧିତ ଖବର