ସୋୟାବିନ୍ରେ ଏକାଧିକ ପୌଷ୍ଟିକ ଉପାଦାନରେ ଭରପୂର ରହିଥାଏ। ସୋୟାବିନ୍ରେ ଥିବା ଭିଟାମିନ୍ କେ, ବି୬, ଭିଟାମିନ୍ ସି, ଲୌହସାର, ମାଙ୍ଗାନିଜ୍, କାଲ୍ସିଅମ୍, ତନ୍ତୁ ଓ ଆଣ୍ଟିଅକ୍ସିଡାଣ୍ଟ୍ ଆଦି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।
ସୋୟାବିନକୁ ମାଂସ ଓ ଦୁଗ୍ଧଜାତ ପଦାର୍ଥର ବିଳଳ୍ପ ଭାବେ ଧରା ଯିବା ସହିତ ଏହା କ୍ଷୁଧା ନିବାରକ ହୋଇଥାଏ। ସୋୟାବିନ ଖାଇବା ଦ୍ୱାରା କ୍ଷତିକାରକ କୋଲେଷ୍ଟେରୋଲ୍ ଶରୀରରୁ ବାହାର କରିଦେଇ ଥାଏ। ଏତଦ୍ ବ୍ୟତୀତ ମଧୁମେହ ଓ ହୃଦ୍ରୋଗ ଆଶଙ୍କା କମ ରହିଏ। ନିୟମିତ ସୋୟାବିନ୍ ଖାଇବା ଦ୍ୱାରା ହଜମ ଶକ୍ତି ବଢ଼େ।
ଏହା କର୍କଟ ପ୍ରତିରୋଧୀ। ପାକସ୍ଥଳୀ, ଅନ୍ତ୍ର କର୍କଟରୁ ସୋୟାବିନ୍ ସୁରକ୍ଷା ଦିଏ। ଏହା ମାଂସପେଶୀ ଓ ଅସ୍ଥି ମଜଭୁତ କରାଏ। ମହିଳାଙ୍କ ପ୍ରଜନନ ବ୍ୟବସ୍ଥାକୁ ସୁସ୍ଥ ରଖେ। ଇଷ୍ଟ୍ରୋଜେନ୍ ମାତ୍ରା ସନ୍ତୁଳିତ ରଖେ। ଋତୁବିରତି ପରେ ଏହା ଖାଇଲେ ଅଧିକ ସୁଫଳ ମିଳେ। ଗର୍ଭସ୍ଥ ସନ୍ତାନର ପୂର୍ଣ୍ଣ ବିକାଶରେ ସୋୟାବିନ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ମାଗ୍ନେସିଅମ୍ ନିଦ୍ରାହୀନତାରୁ ରକ୍ଷା କରେ।