ଜାଣନ୍ତୁ ଭାଷଣ ଦେବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ

କଥାରେ ଅଛି କହି ଜାଣିଲେ କଥା ସୁନ୍ଦର । ଏଣୁ ସର୍ବଦା ଭଲ କହି ପାରିଲେ ଅସାଧ୍ୟ କାମ ବି ସାଧିତ ହୋଇ ପାରିବ। ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ କଥା କହି ନିଜର କାମ ହାସଲ କରି ପାରନ୍ତି। ଆଉ କେତେକ ଲୋକ ସୁବକ୍ତାଭାବେ ବି ପରିଚିତ ହୋଇଥାନ୍ତି। ତେବେ ଜଣେ ଭଲ ବକ୍ତା ହେବା ବି ସହଜସାଧ୍ୟ ନୁହେଁ। କାରଣ କେତେକ କଥା ପ୍ରତି ଉପଯୁକ୍ତ ଧ୍ୟାନ ନ ଦେଲେ ଆପଣ ଜଣେ ଭଲ ବକ୍ତା ହୋଇ ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ଜଣେ ସୁବକ୍ତା ହେବାଲାଗି କେଉଁ କେଉଁ ଦିଗ ପ୍ରତ ଧ୍ୟାନ ଦେବାକୁ ପଡ଼ିଥାଏ।

ପ୍ରଥମ କଥା ହେଲା ଯେ କିଛି କହିବା ପୂର୍ବରୁ ସେହି ପ୍ରସଙ୍ଗରେ ଭଲ ଗବେଷଣା କରନ୍ତୁ। କାରଣ କୌଣସି କଥା ଉପରେ ଭଲ ଜ୍ଞାନ ନଥିଲେ ସେହି ପ୍ରସଙ୍ଗରେ ଭାଷଣ ଦେଲେ ନିଶ୍ଚିତ କିଛି ନା କିଛି ତ୍ରୁଟି ରହିଯିବ।।କୌଣସି ବିଷୟରେ ଆପଣଙ୍କ ନିକଟରେ ଯଥେଷ୍ଟ ଜ୍ଞାନ ନ ଥିଲେ, ଟାଣିଓଟାରି ସେହି ପ୍ରସଙ୍ଗରେ ବେଶି କହନ୍ତୁ ନାହିଁ । ଆପଣ ନିଜର ଭାଷଣରେ ଅନ୍ୟକୁ ନୀଚ୍ଚା ଦେଖାଇ, ଅନ୍ୟର ସମାଲୋଚନା କରି କେବେହେଲେ ଲୋକଙ୍କ ହୃଦୟରେ ସ୍ଥାନ ତିଆରି କରିପାରିବେନି ।ଭାଷଣ ଦେବା ବେଳେ ଶକ୍ତି ଅପଚୟ ହୋଇଥାଏ । ଏଥିପାଇଁ ଉପଯୁକ୍ତ ସ୍ଥାନରେ କେବଳ ଆବଶ୍ୟକ ମାତ୍ରାରେ କହିବା ଉଚିତ।

photo-media.glamour.com

ମନେ ରଖନ୍ତୁ ଭଲ ଶ୍ରୋତା ହୋଇପାରିଲେ ବେଶି ଜ୍ଞାନ ଆହରଣ କରିପାରିବେ ଏବଂ କହିବାର କଳା ବିକଶିତ କରିବା ଉଚିତ । ଏହାଦ୍ୱାରା ଆପଣ ଅନ୍ୟମାନଙ୍କଠୁ କହିବାର ଶୈଳୀ ଶିଖି ପାରିବେ। ଆପଣ ଜଣେ ଯେତେବେଳେ ବକ୍ତା ହେଲେ ବି ସବୁବେଳେ ଭାଷଣଦେବାର ପ୍ରଲୋଭନ ଛାଡ଼ନ୍ତୁ । ତା’ନହେଲେ ଲୋକମାନଙ୍କ ପାଇଁ ଆପଣଙ୍କ ଶଦ୍ଦର ମହତ୍ତ୍ୱ ରହିବ ନାହିଁ । ନିଜ ସହିତ କଥା ହେବା କଳା ମଧ୍ୟ ଶିଖନ୍ତୁ । ଏହା ଦ୍ୱାରା ଜଣେ ଭଲ ବକ୍ତା ହୋଇପାରିବେ ।

ସମ୍ବନ୍ଧିତ ଖବର