ବାପା ଧୂମପାନ କରିଲେ ପୁଅର ସ୍ପର୍ମକାଉଣ୍ଟ୍‌ ହ୍ରାସ ପାଇବ: ଗବେଷଣା

ପତ୍ନୀ ଗର୍ଭଧାରଣ କରିଥିବା ସମୟରେ ଯଦି ସ୍ୱାମୀ ନିୟମିତ ଧୂମପାନ କରୁଥିବେ,ତେବେ ତାଙ୍କ ପୁଅର ସ୍ପର୍ମ କାଉଣ୍ଟରେ ୫୦ ପ୍ରତିଶତ ହ୍ରାସ ଘଟିବାର ଆଶଙ୍କା ରହିଛି। ସ୍ୱିଡେନର ଲଣ୍ଡନ ବିଶ୍ୱ ବିଦ୍ୟାଳୟର ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଏହି ଗବେଷଣାରେ ୧୭ ରୁ ୨୦ ବର୍ଷ ବୟସ୍କ ୧୦୪ ଜଣ ଯୁବକଙ୍କୁ ନିଆଯାଇଥିଲା। ଏହି ଯୁବକମାନଙ୍କର ସ୍ପର୍ମର ଘନତ୍ୱ ୪୧ପ୍ରତିଶତ ଓ ସିଗାରେଟ୍‌ ଟାଣୁଥିବା ପିତାମାନଙ୍କ ପିଲାଙ୍କର ଏହା ତୁଳନାରେ ୫୧ ପ୍ରତିଶତ କମ୍‌ ବୋଲି ଜଣାଗଲା।


ଲଣ୍ଡନ ବିଶ୍ୱ ବିଦ୍ୟାଳୟର ଜୋନାଥନ୍‌ ଏଗ୍‌ଜଲସନ୍‌ କହିଛନ୍ତି ଯେ ଏହି ଗବେଷଣା ସମୟରେ ଆହୁରି ମଧ୍ୟ ଜଣାଗଲା ଯେ,ଯଦି ମାଆ ଧୂମପାନ କରୁଥିବେ,ତେବେ ଏହାର କୁପ୍ରଭାବ ଗର୍ଭରେ ଥିବା ଭ୍ରୁଣ ଉପରେ ମଧ୍ୟ ପଡ଼ିଥାଏ। କିନ୍ତୁ ସିଗାରେଟ୍‌ ଟାଣୁଥିବା ପିତାଙ୍କର କୁପ୍ରଭାବ ପୁଅ ଉପରେ ଅଧିକ ପଡ଼ିଥାଏ। ସ୍ପର୍ମ କାଉଣ୍ଟରେ ହ୍ରାସ ଘଟିବା ଓ ଦୀର୍ଘ ସହିତ ଜଡିତ ଅନ୍ୟ ପ୍ରକ୍ରିୟାରେ ପରିବେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ପ୍ରଚଣ୍ଡ ଖରା,ଜୀବନ ଶୈଳୀର ମାନଦଣ୍ଡ ଯଥା ଖାଦ୍ୟ-ପାନୀୟ ଓ ମାନସିକ ଉତ୍ତେଜନା ଆଦିର ବି ଖାସ୍‌ ପ୍ରଭାବ ରହିଛି।

ସମ୍ବନ୍ଧିତ ଖବର